ବ୍ରହ୍ମପୁର,୨୩/୦୭/୨୦୨୦: ବ୍ରହ୍ମପୁର ସହରର ଏକ ପ୍ରମୁଖ ଅଂଚଳ ବ୍ରଜନଗର ୩ୟ ଲେନ।ତେବେ ଏହି ଅଂଚଳ ଟି ଲୋଚାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହୋଇ ଥିବାରୁ ଏ ଅଂଚଳର ହଜାର ହଜାର ଜନସାଧାରଣ କୌଣସି ସୁବିଧା ଓ ସହଯୋଗ ପଂଚାୟତ ସ୍ତର ରୁ ପାଉନାହାନ୍ତି କିମ୍ବା ବ୍ରହ୍ମପୁର ମହାନଗର ନିଗମ ରୁ ମଧ୍ୟ ପାଉନଥିବା ଅଭିଯୋଗ ହେଉଛି ।ଏପରି ସ୍ୱାସ୍ଥ୍ୟ ସେବା ରୁ ମଧ୍ୟ ବଞ୍ଚିତ ହେଉଛନ୍ତି।ବର୍ତ୍ତମାନ କରୋନା ମହାମାରୀ ସଂକ୍ରମଣ ଚାଲିଥିବା ବେଳେ ଏବଂ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ସ୍କ୍ରିନିଙ୍ଗ,ଟେଷ୍ଟିଂ ଓ ସ୍ୱାସ୍ଥ୍ଯପରିକ୍ଷା ହୋଇଥିଲେ ମଧ୍ଯ ମାତ୍ର ଥରଟିଏ ବାଦଦେଲେ ଆଉ ଏ ମଧ୍ଯ ରେ କୌଣସି ସ୍ୱାସ୍ଥ୍ୟ ପରୀକ୍ଷା କର୍ମଚାରୀମାନେ ଆସି ନାହାଁନ୍ତି କିମ୍ବା ଥର୍ମାଲସ୍କ୍ରିନିଂ ମଧ୍ଯ କରୁନାହାନ୍ତି ।ଏଣୁ ସାଧାରଣରେ ଭୟ ଓ ଆଶଙ୍କା ସୃଷ୍ଟି କରିଛି ।ବର୍ତ୍ତମାନ ଏହି ଅଂଚଳର ଲୋକେ କହି ବୁଲୁଛନ୍ତି ଆମେ ଏ କୂଳର ହେଉଛୁ ନା,ସେକୂଳର ହେଉଛୁ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି।
ରିପୋର୍ଟ: ହୃଷୀକେଶ ମହାନ୍ତି