ବ୍ରହ୍ମପୁର, ୨୩/୦୭/୨୦୨୦:
ଆସିକା – ଦିଗପହଣ୍ଡି କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ଅନ୍ତର୍ଗତ ଶେରଗଡ଼ – ପାଟପୁର ମଧ୍ୟସ୍ଥ ପଳାଶପୁର ଶ୍ରୀ ବୁଦ୍ଧେଶ୍ୱର ମନ୍ଦିର ନିକଟ ପୋଚକା ନାଳ ପୋଲ ଭାସିଯିବା କାରଣରୁ ବିଭାଗ ତରଫରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି ।ଯାତାୟାତ ର ସୁଗମ ପାଇଁ ବିଭାଗ ଦ୍ଵାରା ଅସ୍ଥାୟୀ ପୋଲ ନିର୍ମାଣ କରାଯାଇ ଥିଲା ବେଳେ ଏହି ପୋଲରେ ଭାରୀ ଯାନର ଯାତାୟାତ ଘନତା କାରଣରୁ ସ୍ୱଳ୍ପ ବର୍ଷରେ ତାହା ଭାସି ଯିବାର ବହୁ ଖବର ରହିଅଛି ।ସମୟ ସମୟରେ ବର୍ଷା କାରଣରୁ ରାସ୍ତା ଦବି ଅସ୍ଥାୟୀ ପୋଲ ମଝିରେ ଭାରୀ ଯାନ ଅଟକି ରହୁଥିବାରୁ ଦୃଷ୍ଠାନ୍ତ ମଧ୍ୟ ରହିଅଛି ।
ଅନୁରୂପ ଭାବରେ ଏହି ଅସ୍ଥାୟୀ ପୋଲ ଆଜି ପ୍ରତ୍ୟୁଷରେ ଅଂଚଳରେ ଭୀଷଣ ବର୍ଷା କାରଣରୁ ଉପରମୁଣ୍ଡ ବର୍ଷା ପାଣି ପ୍ରବାହିତ ହୋଇ ଭାସି ଯାଇଥିବା ଦେଖିବାକୁ ମିଳିଅଛି ।ପ୍ରଖର ନାଳ ସ୍ରୋତ ପାଣିରେ ସବୁ ସିମେଣ୍ଟ ପାଇପ୍ ଭାସିଯିବ ସହିତ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇପଡିଛି । କରୋନା କଟକଣା କାରଣରୁ ଯାତାୟାତ କରୁଥିବା ମାଲ୍ ପରିବହନରେ ଥିବା ବହୁ ଟ୍ରକ୍ ,ପିକାପ ଉଭୟ ପଟେ ଜମି ରହିଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ଜାତୀୟ ରାଜପଥ ସେକ୍ସନ କନିଷ୍ଠ ଯନ୍ତ୍ରୀ ଶେରଗଡ଼ ଘଟଣାସ୍ଥଳ ପହଞ୍ଚି ଆନୁଷଙ୍ଗିକ ବ୍ୟବସ୍ଥାରେ ଥିବା ପ୍ରକାଶ କରିଛନ୍ତି ।ନିର୍ବାହୀ ଯନ୍ତ୍ରୀ ପାରଳାଖେମୁଣ୍ଡି ଙ୍କୁ ଏଥିନେଇ ଅବଗତ ସହ ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଞ୍ଚଳ ବାସୀ ଦାବି ରହିଥିବା ଜଣାଯାଇଛି ।
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ