ଗଞ୍ଜାମରେ ଥମୁନି ନାବାଳିକା ଦୁଷ୍କର୍ମ ଘଟଣା ।ଜଗନ୍ନାଥପ୍ରସାଦ ଥାନାରେ ପୁଣି ଏକ ମାମଲା ।

0
193

 

ଭଞ୍ଜନଗର,୨୩/୦୭/୨୦୨୦ :
କରୋନା ମହାମାରୀ ବିଭୀଷିକାର କରାଳ ଉତ୍ପୀଡନ ନେଇ ସାରା ଗଞ୍ଜାମ ସ୍ଥବ୍ଧ ଥିବାବେଳେ ସାମାଜିକ ବ୍ୟବସ୍ଥାକୁ ନେଇ ଜୀବନ ଓ ଜୀବିକା ସମ୍ପ୍ରତି ସଂକ୍ରମଣ ଦୋଛକିରେ ସଂଗ୍ରାମ କରୁଥିବା ଦୃଶ୍ୟମାନ ହେଉଅଛି ।ଦୀର୍ଘଦିନ ଧରି ଲାଗିରହିଥିବା ସାର୍ଟ ଡାଉନ୍ ,ଲକ୍ ଡାଉନ୍ , କଣ୍ଟେ୍ନମେଣ୍ଟ କଟକଣାରେ
ସାମାଜିକ ବ୍ୟବସ୍ଥା ଠପ୍ ହୋଇଥିବା ବେଳେ ଏହାର ବିପରୀତ ପ୍ରତିକ୍ରିୟା ଦେଖିବାକୁ ମିଳିଅଛି ।ପ୍ରଶାସନର ଆଖିଦୃଶିଆ ପଦକ୍ଷେପକୁ ସଭ୍ୟ ସମାଜ ଗ୍ରହଣ କରୁଥିବା ବେଳେ କତିପୟ ଅସାମାଜିକ ତତ୍ତ୍ଵ ଏହାର ଫାଇଦା ନେବାସହିତ କୁ କର୍ମ କରୁଥିବାର ମଧ୍ୟ ଅଭିଯୋଗ ହେଉଅଛି ।ମଫସଲି ଚଳଣିରେ ଥିବା ନିରିହା ନାବାଳିକାକୁ ନିଶାଧ ଅନ୍ଧାରରେ ଶୌଚାଳୟ ଥିବା ଅବସରକୁ ପ୍ରକୃଷ୍ଠ ସମୟ ଭାବ ମଣି ଜନୈକ ଯୁବକ ଜଣକ ତା’ କୁ ଅସଦାଚରଣ କରିବା ସହିତ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଅଛି ।
ମିଳିଥିବା ସୂଚନା ତଥା ଜଗନ୍ନାଥ ପ୍ରସାଦ ଥାନା ସୁତ୍ରଖବର ପ୍ରକାରେ ଗତ ରବିବାର ରାତ୍ର ଆଠ ଘଣ୍ଟା ସମୟରେ ଅଳସୁ ପଞ୍ଚାୟତର ବାଲିସାହି ଗ୍ରାମର ଜନୈକ ନାବାଳିକା ନିଜ ନିତ୍ୟକର୍ମ ନିମିତ୍ତ ବାରି ଶୌଚାଳୟ ଯାଇଥିଲେ ।ଏହି ସମୟକୁ ଲକ୍ଷରଖି ଉକ୍ତ ଗ୍ରାମର ଜନୈକ ଅନ୍ୟ ସମ୍ପ୍ରଦାୟର ଯୁବକ ଉକ୍ତ ଜାଗାରେ ପହଞ୍ଚି ନାବାଳିକାଙ୍କୁ
ଅସଦାଚରଣ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଅଛି ।ପୀଡିତାଙ୍କ
ଚିତ୍କାର ଶୁଣି ଘରେ ଥିବା ନିଜ ଜନ୍ମଦାତ୍ରି ମା ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକ କବଳରୁ ଝିଅକୁ ରକ୍ଷା କରିଛନ୍ତି ।ସଂପୃକ୍ତ ଯୁବକଙ୍କୁ ଏହାର ପରିଣତି ସମନ୍ଦ୍ଧରେ ପଚରାଯିବାରେ ସେ ଏଥି ନେଇ ଖାତିର କରିନଥିଲେ ।

ସଂପୃକ୍ତ ପୀଡିତାକୁ ଧରି ବାପା ଜଗନ୍ନାଥ ପ୍ରସାଦ ଥାନାରେ ପହଞ୍ଚି ଏତଲା ଦେବା ପରେ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଅଛି ।ଅଭିଯୁକ୍ତ ଯୁବକ ଘଟଣା ସ୍ଥଳରୁ ଧମକ ଦେଇ ଚଂପଟ୍ ମାରିଥିବାରୁ ପୋଲିସ୍ ହାତ ଖାଲି କରି ତଦନ୍ତର ଦିଗ ଖୋଜୁଥିବା ଜଣାଯାଇଛି । ପୀଡ଼ିତା ନାବାଳିକା ଥିବା ଏବଂ ଦୁଷ୍କର୍ମ ଅଭିଯୁକ୍ତ ଅନ୍ୟ ସମ୍ପ୍ରଦାୟର ହୋଇ ଫେରାର ଥିବାରୁ ତଦନ୍ତର ଗତିକୁ ନେଇ ଅଞ୍ଚଳବାସୀ ଉତ୍କଣ୍ଠିତ ଥିବା ଲକ୍ଷ କରାଯାଇଛି ।

ଚିତ୍ରସେନ ପ୍ରଧାନଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here