ବ୍ରହ୍ମପୁର,୨୪/୦୭/୨୦୨୦(ବ୍ୟୁରୋ ରିପୋର୍ଟ) -ଓଡିଶା ଆୟୁର୍ବେଦି ଅଧ୍ୟାପକ ସଙ୍ଘ ସରକାର ଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି।ବର୍ତ୍ତମାନ ର ପରିସ୍ଥିତିରେ କୋଭିଡ ଯୁଦ୍ଧା ଭାବରେ ବିଭିନ୍ନ କୋଭିଡ ସେଣ୍ଟର ରେ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ଅତ୍ୟନ୍ତ ନିଷ୍ଠା ପର ଭାବେ କାଯ୍ୟ କରୁଛନ୍ତି। ଏହି ସମୟ ରେ ଉକ୍ତ ଯୋଦ୍ଧା ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ଅଧ୍ୟପକ ସଙ୍ଘ ତରଫରୁ ସରକାର ଙ୍କୁ ସେମାନଙ୍କ ଦାବି ଜଣାଇଛନ୍ତି। ଅଧ୍ୟାପକ ମାନଙ୍କର ବୟସ ସୀମା ୬୫ କରିବା,
ସମସ୍ତ ଆୟୁର୍ବେଦ ଚିକିତ୍ସକ ଙ୍କୁ କନିଷ୍ଟ ପ୍ରଥମ ଶ୍ରେଣୀ କରିବା ପାଇଁ ସରକାର ଙ୍କର ନିକଟ ରେ ନିବେଦନ କରିଛନ୍ତି।ଆୟୁର୍ବେଦ ଶିଷକ ସଂଘର ରାଜ୍ୟ ସାଧାରଣ ସଂପାଦକ ଡା.ଆଦିକନ୍ଦ ବିଶ୍ବାଳ ବିବୃତି ମାଧ୍ୟମରେ ଜଣାଇଛନ୍ତି।