କରୋନା ସଚେତନତାର ରୌପ୍ୟଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର

0
212

ଯାଜପୁର,୨୫/୦୭/୨୦(ବ୍ୟୁରୋ ରିପୋର୍ଟ) ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ନିରସ୍ତ୍ର ସୈନିକ ଭାବେ ଲଢ଼ୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ।ଆଜକୁ ଦୀର୍ଘ ୧୨୫ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ।ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ସେବା କାର୍ଯ୍ୟ ,ରିଲିଫ ବଣ୍ଟନ ସହ ଚାରା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ମାନସରେ ସଚେତନତା ଜାରିରଖିଥିବାବେଳେ ଆଜି ୧୨୫ତମ ଦିବସ ଅବସରରେ “ସଚେତନତାର ରୌପ୍ୟ ଶତୋତ୍ତର ଦିବସ ପାଳନ,ଆଲୋଚନା ଚକ୍ର ଓ ସମୀକ୍ଷା ବୈଠକ” ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଧନୀପୁରଠାରେ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁବାବା ପ୍ରଦୀପ ପ୍ରଜ୍ଵଳନକରି ସଭାକାର୍ଯ୍ୟକୁ ଉଦଘାଟନ କରିବାସହ ଅଶୀର୍ବଚନ ପ୍ରଦାନ କରିଥିଲେ।ସଭା ସଂଚାଳକ ଭାବେ ଜ୍ୟୋତିଶଙ୍କର ରାୟ, ଡ଼ଲଫିନ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,ମୁଖ୍ୟବକ୍ତା ଭାବେ ଲକ୍ଷ୍ମଣବାଲାଜୀ ମହାବିଦ୍ୟାଳୟର ରାଜନୀତି ବିଭାଗରଅଧ୍ୟାପକ ଭରତ ଚନ୍ଦ୍ର ବେହେରା,ମୁଖ୍ୟଅତିଥି ଭାବେ ବାଉତରା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶୀଯୁକ୍ତ ବିମଳ କୁମାର ରାୟଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରି ଦୀର୍ଘ ୧୨୫ଦିନର ରିଲିଫ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରିବାସହ ଅନୁଷ୍ଠାନର ବିଚାରଧାରା କିଭଳି ଭାବରେ ଆଜି ଆନ୍ତର୍ଜାତୀୟ ସ୍ଥରରେ ପହଞ୍ଚି ପାରିଛି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମ ସମାଜକୁ ଯୋଗାଉଥିବା ବର୍ତାକୁ କିଭଳି ଭାବରେ ଆଜି ନାଇଜେରିଆର ମେଟା ମିଡିଆ,ତାଞ୍ଜାନିଆର ସ୍ପେଶାଲ ନ୍ୟୁଜ ଟ୍ୱେଣ୍ଟି ଫୋର,ଇଣ୍ଡୋ ଭୋପାଳ ନ୍ୟୁଜ, ବାଂଗଲା ଦେଶ ନ୍ୟୁଜ,ନେପାଳ ଟୁଡେ ସମେତ ବିଦେଶର ବହୁ ଗଣମାଧ୍ୟମ ମାନେ ପ୍ରସାରିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଓ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଭୁୟ ପ୍ରସଂଶା କରିଛନ୍ତି, ସେ ସମ୍ପର୍କରେ ଆଲୋଚନା କରାଯିବା ସହ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here