ଶେରଗଡ,୨୬/୦୭/୨୦୨୦(ହୃଷୀକେଶ ମହାନ୍ତି) ଆଜି ସକାଳ ଶେରଗଡ ବ୍ଲକ ର ଅଣ୍ଡିରାସିଂ ଗ୍ରାମ ରେ ପ୍ରଶାସନ ର ବିନା ଅନୁମତିରେ ତିନି ଜଣ ବ୍ଯକ୍ତି ତଥା ଯୋଗେନ୍ଦ୍ର ସାମଲ,ମଂଗଳା ବିଷୋଇ ଓ ହରିଆ ନାହାକ ଭୋଜି କରୁଥିବା ସୂଚନା ପାଇଁ ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ଏହି ଗ୍ରାମ ରେ ପହଞ୍ଚି ଭୋଜି କରୁଥିବା ବ୍ଯକ୍ତି ଙ୍କୁ ତାଗିଦ କରିବା ସହ ଭୋଜି ରନ୍ଧା କାର୍ଯ୍ୟ ବନ୍ଦ କରିଥିଲେ।