ଶେରଗଡ,୨୭/୦୭/୨୦୨୦ : ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅଣ୍ଡା କମିଶନ କାରବାର କୁ ନେଇ ଆକ୍ରୋଶ ମୂଳକ ମନୋଭାବ ନେଇ ଅଙ୍ଗନବାଡିକର୍ମୀ ଙ୍କ ଉପରେ ଏକ ପ୍ରକାର ମାନସିକ ନିର୍ଯ୍ଯାତନା ଦେଇ ହଇରାଣ ଓ ହଟହଟା କରିବା ଘଟଣା ବାଟରେ ପଡି ହାଟରେ ଗଡାଇଲାଣି।ଫଳ ରେ ଏହି ଗଞ୍ଜାମ ଜିଲ୍ଲା ର ଅଙ୍ଗନବାଡିକର୍ମୀ ତଥା କୋଭିଟ ଯୋଦ୍ଧା ମନରେ ଦୁଃଶ୍ଚିନ୍ତା ଓ ଅସନ୍ତୋଷ କୁହିଳିବାରେ ଲାଗିଛି।ପ୍ରାୟ ଚାରି ମାସ ହେଲା ଅଙ୍ଗନବାଡି କର୍ମୀ ମାନେ ଅତିରିକ୍ତ ପରିପୂରକ ଖାଦ୍ଯ ତଥା ଏସ୍ ଏନ ପି ର ବିଲ୍ ଟଙ୍କା ପାଇନାହାନ୍ତି।ବ୍ଯବସାୟୀ ଙ୍କ ଠାରୁ ଅଙ୍ଗନବାଡି କର୍ମୀ ମାନେ ବନ୍ଧା ପଡି ପ୍ରାୟ ପଚିସି ତିରିସି ହଜାର ଟଙ୍କା ର ଅଣ୍ଡା ଓ ଖାଦ୍ଯଦ୍ରବ୍ଯ କିଣି ଶିଶୁ, ଗର୍ଭବତୀ ଓ ପ୍ରସୂତୀମାନ ଙ୍କୁ ରନ୍ଧା ଶୁଖିଲାଖାଦ୍ଯ ସୂଚାରୂ ବଣ୍ଟନ କରିସାରିଛନ୍ତି।ମୋଟା ଅଙ୍କର ଟଙ୍କା ବକେୟା ହୋଇ ଯିବା ପରେ ବ୍ଯବସାୟମାନେ ଆଉ ଅଙ୍ଗନବାଡି କର୍ମୀମାନଙ୍କୁ ଖାଦ୍ୟ ସାମଗ୍ରୀ ଏଣିକି ଆଉ ଧାର ସୂତ୍ରରେ ଦେବେ ନାହିଁ ଜଣାଇସାରିଲେଣି। ଫଳରେ ଚଳିତ ମାସ ଶେଷ ସୁଦ୍ଧା ଡିଏସଡବଲ୍ଯୂଓ ଯଦି ଗତ ଚାରି ମାସର ଏସ୍ଏନପି ଟଙ୍କା ଅଙ୍ଗନବାଡିକର୍ମୀ ଙ୍କୁ ନ ଦିଅନ୍ତି,ତାହାହେଲେ ଆସନ୍ତା ଅଗଷ୍ଟ ପହିଲା ରୁ ଅଂଗନବାଡି କର୍ମୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଫଳରେ ଅଙ୍ଗନବାଡି ସେବା ବନ୍ଦ ହେବା ସହ ,କୋଭିଟ କାର୍ଯ୍ୟ ରେ ମଧ୍ୟ ବାଧା ସୃଷ୍ଟି ହେବ।ଏଣୁ ଗଞାମ ଜିଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଘଟଣାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି । କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଶେରଗଡ ବ୍ଲକ ତଥା ଗଞ୍ଜାମ ଜିଲ୍ଲା ଅଲ୍ ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ସଭାନେତ୍ରୀ ରଂଜିତା ରଥ ,ଜିଲ୍ଲା ସଂପାଦିକା ମଂଜୁବାଳା ପାଣିଗ୍ରାହି ଓ ରାଜ୍ୟ ସଂପାଦିକା ଅମିତାସାହୁ ପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ, ଡିଏସଡବଲ୍ଯୂଓ,ଜିଲା ର ସମସ୍ତ ସିଡିପିଓ, ବିଡିଓ ଏବଂ ତହସିଲଦାର ଙ୍କୁ ଦାବି ପତ୍ର ଦେଇଛନ୍ତି ।
ରିପୋର୍ଟ: ହୃଷୀକେଶ ମହାନ୍ତି