କଟକ,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ):ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ବୋର୍ଡର ଦୁଇଟି ଓ୍ବେବସାଇଟ୍ ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ ।
ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ।
ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ସୂଚନା ଦେଇ କହିଛନ୍ତି ଯେ ୨୯ ତାରିଖ ସକାଳ ସାଢେ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଫଳାଫଳ ପ୍ରକାଶିତ ହେବ। ସାଢେ ୧୧ଟା ପରେ ଦୁଇଟି ଓ୍ବେବସାଇଟ୍ bseodisha.ac.in ଓ bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏହାଛଡ଼ା OR01(ରୋଲ୍ ନମ୍ବର)5676750କୁ ଏସଏମଏସ୍ କରିଲେ ପରୀକ୍ଷା ଫଳ ଜାଣି ହେବ।