ପୁଣି ମାନବିକତା ଦେଖାଇଲେ ୪ ସାମ୍ବାଦିକ ଓ ବିଜୁ ଯୁବ ବାହିନୀ ର ସଦସ୍ୟ ମାନେ ।

0
155

 

ଶେରଗଡ,୨୯/୦୭/୨୦୨୦: ଗତକାଲି ଗଞ୍ଜାମ ଜିଲ୍ଲା ଶେରଗଡ ବଡ ଦାଣ୍ଡସାହି ର ଆସିକା ସମବାୟ ବ୍ୟାଙ୍କ ର ଅବସର ପ୍ରାପ୍ତ କର୍ମଚାରୀ କାଳୁ ଚରଣ ପାତ୍ର ଙ୍କ ସ୍ତ୍ରୀ ପ୍ରତିମା ପାତ୍ର ବୟସ (୬୦) ବର୍ଷ ୪/୫ ଦିନ ଧରି ଜ୍ବର ରୋଗ ରେ ପିଡିତ ଥିଲେ। ଗତକାଲି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସ୍ଥାନୀୟ ସାମ୍ବାଦିକ ମେଘନାଦ ଦାସ , ଶଙ୍କର ପ୍ରଧାନ , ଅଜିତ କୁମାର ପଣ୍ଡା , ବାଲାଜୀ ପ୍ରଧାନ , ଓ ବିଜୁ ଯୁବ ବାହିନୀ ର ସଦସ୍ୟ ରାଜ କିଶୋର ପଣ୍ଡା , ଶ୍ୟାମବାବୁ ଆଚାରି , ସ°ଗ୍ରାମ କେଶରୀ ପ୍ରଧାନ , ସନ୍ତୋଷ କୁମାର ପଣ୍ଡା ମିଶି ପ୍ରତିମା ପାତ୍ର ଙ୍କୁ ଶେରଗଡ ମେଡିକାଲ କୁ ଅଟୋ ଯୋଗେ ନେଇଥିଲେ। ପ୍ରକାଶ ଥାଉକି ମୃତ ପ୍ରତିମା ପାତ୍ରଙ୍କ ଦୁଇ ପୁଅ ବଡ ପୁଅ ବାଙ୍ଗାଲୋର ରେ ଓ ସାନ ପୁଅ ଝାରସୁଗୁଡା ରେ ରହୁଥିଲେ। ମେଡିକାଲ ରେ ଅଟୋ ରୁ ଓହ୍ଲାଇବା ବେଳେ ମେଡିକାଲ ବାରଣ୍ଡାରେ ରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତି ୮ ଟା ପର୍ଯ୍ୟନ୍ତ ମୃତ ଶରୀର ମେଡିକାଲ ରେ ପଡି ରହିଥିଲା। ସାନପୁଅ ପହଞ୍ଚିବା ପରେ ସମସ୍ତେ ପିପି କିଟ ପିନ୍ଧି ଶେରଗଡ ଶ୍ମଶାନ ରେ ଶବ ସତ୍କାର କରିଥିଲେ ।

ରିପୋର୍ଟ: ଡାକ୍ତର ହୃଷକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here