ବ୍ରହ୍ମପୁର, ୨୯/୦୭/୨୦୨୦:
ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା ଅଞ୍ଚଳ କରୋନା ସଂକ୍ରମଣ ନିରାକରଣ ଜନିତ କାରଣରୁ ଶୁନଶାନ୍ ଥିବା ବେଳେ ଥାନା ପୋଲିସ ଅଞ୍ଚଳ ସ୍ତରରେ କରାଯାଉଥିବା ସଟ୍ ଡାଉନ୍ ଓ ଲକ୍ ଡାଉନ ସମୟର ସୀମା ସିଲ୍ ଏବଂ ଦୋକାନ ବଜାର ଧରପଗଡ଼ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୂଅଛି ।ଏହି ସୁଯୋଗର ସଦୁପଯୋଗ ଭିତ୍ତିରେ ଥାନା ଅଂଚଳରେ ସିନ୍ଧିଚୋରି ଘଟଣା ବଢିବା ସହିତ ଥାନା ଅଞ୍ଚଳରେ ବ୍ୟାପକ ଚୋରି ଘଟଣାରେ ଦୁର୍ବୃତ୍ତ ମଧ୍ୟରାତ୍ରୀରେ ଘରେପଶି ଚୋରିକରୁଥିବା ଜଣାଯାଇଛି ।
କିଛିଦିନ ପୂର୍ବରୁ ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମର ଜନୈକ ଦୋକାନୀଙ୍କ ଘରର ଦୁଆର ଗେଡା କାଟି ଘରେ ପଶି ମଧ୍ୟରାତ୍ରରେ ନଗଦ ଟଙ୍କା , ସୁନା ଗହଣା ଓ ମୂଲ୍ୟବାନ ସମ୍ପତି ଲୁଟିଥିବା ବେଳେ ଗତ ସୋମବାର ମଧ୍ୟରାତ୍ରରେ ଥାନା ଅଂଚଳର ପଦ୍ମନାଭପୁର ଗ୍ରାମ ପନ୍ଦରାସାହି ଅମୂଲ୍ୟ ବାଡ଼ତ୍ୟାଙ୍କ ଘରେପଶି କଳକନା ବୁଲାଇଥିବା ଜଣାଯାଇଛି।
ମିଳିଥିବା ତଥ୍ୟ ପ୍ରକାରେ ବାଡ଼ତ୍ୟା ପରିବାର ଖାଇପିଇ ଶୋଇଗଲା ପରେ ମଧ୍ୟରାତ୍ରରେ ବାଡ଼ି କବାଟ ଗେଡ଼ା ଭାଙ୍ଗି ଦୁର୍ବୃତ୍ତ ଘରେପଶିକରି କାଠ ଅଳମିରା ଓ ଲୁହା ପେଢି ତାଲା ଭାଙ୍ଗିକରି ନିଜ ଝିଅ ବାହାଘର ପାଇଁ ଯୋଗାଡ଼ କରି ରଖିଥିବା ନଅ ଭରି ସୁନା ,ପଚିଶ ଭରି ରୂପା ଅଳଙ୍କାର ସହିତ ଝିଆପାଇଁ ଥିବା ମୂଲ୍ୟବାନ ସାମଗ୍ରୀ ଓ ଲୁଗାପଟା ଆଦି ଲୁଟିନେଇଥିବା ଜଣାଯାଇଛି ।
ଏଥି ସମ୍ବନ୍ଧରେ ଦିଗପହଣ୍ଡି ଥାନାରେ ଶ୍ରୀ ବାଡତ୍ୟା ଏତଲା ଦାୟର କରିବା ପରେ ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ଏତଲା ଗ୍ରହଣ କରିଛନ୍ତି ।ବୟାନ ଭିତ୍ତିରେ ଥାନା କେଶ୍ ନଂ ୧୫୬/୨୦୨୦ ପ୍ରକାରେ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଅନୁସନ୍ଧାନ ଚଳାଇଥିବା ଥାନା ପକ୍ଷରୁ ସୂଚିତ କରାଯାଇଅଛି ।
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ