ବ୍ରହ୍ମପୁର, ୨୯/୦୭/୨୦୨୦(ଟୁକୁନା ପ୍ରଧାନ)-:
ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାରେ ୬୩୯ ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ୨୧୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ସକାସେ ୪୬୩୩୬ ଜଣ ମାଟ୍ରିକ ଛାତ୍ର ଛାତ୍ରୀ ଫର୍ମ ପୂରଣ କରିଥିଲେ ସେଥି ମଧ୍ୟରୁ ପରୀକ୍ଷା ସମୟରେ ୬୩୨ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ , ପରୀକ୍ଷାରେ ୦୩ ଜଣ ଏମପି ହୋଇଥିଲେ । ତେବେ ପରୀକ୍ଷାରେ ୩୭୪୭୭ ଜଣ ଛାତ୍ର ଛାତ୍ରୀ ପାସ୍ ହୋଇଥିବା ବେଳେ ୮୨୨୪ ଜଣ ଫେଲ୍ ହୋଇଥିବା ଏବଂ ୪୫୭୦୧ ଜଣ ଛାତ୍ରଛାତ୍ରୀ ଙ୍କ ଫଳାଫଳ ପ୍ରକାଶ ପାଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ସେଥି ମଧ୍ୟରୁ ଏ ୧ ରେ ୧୪୯ ଜଣ ପାସ କରିଥିବା ବେଳେ ଏ ୨ ରେ ୯୧୩ , ବି ୧ ରେ ୧୯୩୫ , ବି ୨ ରେ ୩୧୯୧ , ସି ରେ ୪୮୫୨, ଡି ରେ ୮୫୫୦ , ଇ ରେ ୧୭୮୮୭ , ଏଫ ରେ ୮୨୨୪ ଜଣ ବିଭିନ୍ନ ଗ୍ରେଡରେ ପାସ୍ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍ ହାର ଜିଲ୍ଲାରେ ୮୨ ପ୍ରତିଶତ ହୋଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।