ଶେରଗଡ,୨୯/୦୭/୨୦୨୦(ହୃଷୀକେଶ ମହାନ୍ତି)’କରୋନା ପ୍ରତିଷେଧକ ରୂପେ ହୋମିଓ ଔଷଧ ଆର୍ସନିକଅଲବମ -୩୦ ବ୍ଯବହାର୍ କରିବାକୁ କେନ୍ଦ୍ର ରାଜ୍ଯସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି ।ଓଡିଶା ର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହି ଔଷଧ ବିତରଣ କରାଯାଉଛି ।ପିତ୍ତଳ ହସପିଟାଲରେ ଆୟୂଷ ଡାକ୍ତରଖାନା ରେ ହୋମିଓ ଡାକ୍ତର ନିଯୁକ୍ତି ପାଇଛନ୍ତି ।ଏଣୁ ଏହି ଡାକ୍ତର ଖାନା ପକ୍ଷରୁ ତୁରନ୍ତ ପିତ୍ତଳ ଓ ଏହାର ଆଖପାଖ ଅଂଚଳରେ ବାସ କରୁଥିବା ଜନସାଧାରଣଙ୍କୁ ଘରେ ଘରେ ଏହି ହୋମିଓ ପ୍ରତିଷେଧକ ଔଷଧ ବିତରଣ କରିବା ବ୍ଯବସ୍ଥା ସହ,ସାମାଜିକ ଦୂରତାରକ୍ଷା, ମାକ୍ସ ବ୍ଯବହାର ଓ ହାତଧୋଇବା ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଗଞ୍ଜାମ ଜିଲାପାଳ ଓ ଜିଲା ସ୍ୱାସ୍ଥ୍ଯ ମୂଖ୍ଯ ଚିକିତ୍ସା ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ପିତ୍ତଳ ପି ଏଚ ସି ରୋଗୀ କଲ୍ଯାଣ ସମିତି ଏବଂ ପିତ୍ତଳ ଗାଁ କଲ୍ୟାଣ ସମିତି ଏନ୍ ଜି ଓ ସଦସ୍ୟ ଡାକ୍ତର ହୃଷୀକେଶ ମହାନ୍ତି ଅନୁରୋଧ କରିଛନ୍ତି ।