ଗଞ୍ଜାମ,୨୫/୦୮/୨୦୨୦(ଟୁକୁନା ପ୍ରଧାନ)-: ବର୍ଷା ଦିନ ଆସିଗଲେ ଦୁର୍ଦ୍ଧଶା ବଢିଯାଏ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଂଚାୟତ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ଗୋପାଳପୁର ସାହି ବାସିନ୍ଦାଙ୍କର l ସାହି ମଝି ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି l ଏହି ରାସ୍ତା ଦେଇ ଦୈନିକ ଶତାଧିକ ଲୋକ ଯିବାଆସିବା କରିବା ସହ ପାଞ୍ଚଟି ଗ୍ରାମର ଲୋକ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି l ରାସ୍ତାର ଗୋଟିଏ ପାର୍ଶ୍ୱରେ ଷଣ୍ଢମୂଳ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଆଦିବାସୀ ଗ୍ରାମ ବlରିହାହତା, ଖୁଣ୍ଟିଆ ତୋଟା, ଲୋଲସିଙ୍ଗ, ସମେତ ଅନ୍ୟ ଗ୍ରାମ ଗୁଡିକ ରହିଛି l ୬ ମାସ ପୂର୍ବେ ଷଣ୍ଢମୂଳ ପୂର୍ତ୍ତ ବିଭାଗ ରାସ୍ତା ପାଖରୁ ଏହି ରାସ୍ତା ଦୁଇଟି ପର୍ଯ୍ୟାୟରେ ପାଖାପାଖି ୫୦ ମିଟର କାର୍ଯ୍ୟ ସାରି କଂକ୍ରିଟ ହୋଇଥିବା ବେଳେ ସେହି ସ୍ଥାନରୁ ଆଉ କାମ ହୋଇନାହିଁ l ଯାହା ଫଳରେ ସେହି ସ୍ଥାନରେ ଖାଲ ସୃଷ୍ଟି ହୋଇ ପାଣି ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ଯାତାୟତରେ ବହୁଅସୁବିଧା ସୃଷ୍ଟିହେଉଛି l ଏ ସମ୍ପର୍କରେ ସାହିବାସିନ୍ଦା ବ୍ଲକରେ ଅଭିଯୋଗ କଲେବି କୌଣସି ସୁଫଳ ମିଳୁନାହିଁ ବୋଲି ଲୋକ ଅଭିଯୋଗ କରିଛନ୍ତି l