ନର୍ସିଂ ହୋମରେ ଅର୍ଥ ଶୋଷଣ, ପୁଣି ରୋଗୀଙ୍କୁ ଏକ୍ସପାଏର୍ ଇଞ୍ଜେକସନ ଦିଆଯାଇଥିବା ଅଭିଯୋଗ।

0
258

ବ୍ରହ୍ମପୁର,୧୭/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ସହରରେ ଛତୁ ଫୁଟିଲା ଭଳି ନର୍ସିଂ ହୋମ। ପୁଣି ରୋଗୀଙ୍କ ଠାରୁ ସେବା ନା ରେ ଅର୍ଥ ଶୋଷଣ। ସେତିକିରେ ମଧ୍ୟ ମନ ପୁରୁନି ଯେ ମୋଟା ଅଙ୍କର ଅର୍ଥ ନେଇ ରୋଗୀଙ୍କୁ ଦେଉଛନ୍ତି ଏକ୍ସପାଏର୍ ଇଞ୍ଜେକସନ । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସ୍ଥିତ ଭାବନଗର ଛକ ଠାରେ ଥିବା ଡିଭାଇନ୍ ନର୍ସିଂହୋମ ନାମରେ। ସୂଚନା ଥାଉ କି ଆଙ୍କୁଲି କୁମ୍ଭାରପଲ୍ଲୀ ଅଂଚଳର ଦଣ୍ଡ ବେହେରା(୩୫) ନାମକ ଜଣେ ବ୍ୟକ୍ତି କିଡନୀ ରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୪ ତାରିଖ ଶୁକ୍ରବାର ଦିନ ସକାଳେ ନୂଆ ବସଷ୍ଟାଣ୍ଡ ସ୍ଥିତ ଡ଼.ଉମା ଶଙ୍କର ମିଶ୍ରଙ୍କ ସେବା ସଦନ କ୍ଲିନିକ କୁ ଯାଇଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ଲିଭର ଖରାପ ସହ ଲିଭରରେ ଷ୍ଟନ ହୋଇଥିବା କହିଥିଲେ ଡାକ୍ତର। ବ୍ରହ୍ମପୁର ବଡ଼ ମେଡିକାଲକୁ ଯିବା ପାଇଁ କହିଥିଲେ। ତେବେ ରୋଗୀଙ୍କ ପରିବାର ଲୋକେ କ୍ଲିନିକ ରେ ହିଁ ଚିକିତ୍ସା କରିବା ପାଇଁ ଡାକ୍ତର ଙ୍କୁ ଅନୁରୋଧ କରିଥିଲେ। ପରେ ନୂଆ ବସଷ୍ଟାଣ୍ଡ ଡିଭାଇନ୍ ନର୍ସିଂହୋମ ଯିବା ପାଇଁ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଉକ୍ତ ଦିନ ସନ୍ଧ୍ୟା ୬ ରେ ରୋଗୀଙ୍କୁ ନେଇ ତାଙ୍କ ସମ୍ପର୍କୀୟ ଡିଭାଇନ୍ ନର୍ସିଂହୋମ କୁ ଯାଇଥିଲେ। ପରେ ରୋଗୀଙ୍କୁ ନର୍ସିଂହୋମ ରେ ଭର୍ତି ହେବା ପାଇଁ କୁହାଯାଇଥିଲା। ପ୍ରଥମେ ରୋଗୀଙ୍କ ସମ୍ପର୍କୀୟଙ୍କୁ ୧୦ ହଜାର ଜମା କରିବା ପାଇଁ କୁହାଯାଇଥିଲା। ତା ପରଦିନ ରୋଗୀଙ୍କ ସମ୍ପର୍କୀୟ ୫ ହଜାର ଟଙ୍କା ଅଗ୍ରିମ ରାଶି ନର୍ସିଂହୋମ ରେ ଜମା କରିଥିଲେ। ନର୍ସିଂହୋମ ରେ ରୋଗୀ ୩ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କ ସମ୍ପର୍କୀୟ ରୋଗୀକୁ ଘରକୁ ନେବା ପାଇଁ ଡାକ୍ତରଙ୍କୁ କହିଥିଲେ। ତେବେ ରୋଗୀ ଗତ ୭ ତାରିଖ ସକାଳ ୧୦ ଘଣ୍ଟ ସମୟରେ ଡିସଚାର୍ଜ ହେଲା ସମୟରେ ପୂର୍ବ ୫ ହଜାରକୁ ମିଶାଇ ୧୩ ହଜାର ୫୦୦ ଟଙ୍କା ମାଗିଥିଲେ। ଏନେଇ ରୋଗୀଙ୍କ ସମ୍ପର୍କୀୟ ପ୍ରଶ୍ନ ପଚାରିବାରୁ ବେଡ଼ ଭଡା ଦୈନିକ ୧୫ଶହ ଏବଂ ଡାକ୍ତର ଚିକିତ୍ସା ନେଇ ୧୦୦୦ ହଜାର ଟଙ୍କା ଲେଖାଏଁ ମାଗିଥିଲେ। ତେବେ ରୋଗୀଙ୍କ ସମ୍ପର୍କୀୟ ମୋଟ ୮ ହଜାର ୫୦୦ ଟଙ୍କା ଜମା କରିଥିଲେ। ମନ ଇଚ୍ଛା ବିଲ କରି ବିଭିନ୍ନ ଆଳ ଦେଖାଇ ନର୍ସିଂହୋମ କତ୍ତୃପକ୍ଷ ୧୩ ହଜାର ୫୦୦ ଟଙ୍କା ମାଗିଥିଲେ। ରୋଗୀଙ୍କୁ ସାଲାଇନ ନଦେଇ ମଧ୍ୟ ସାଲାଇନ ଟଙ୍କା କୁ ଏହି ଅର୍ଥ ରେ ଯୋଡ଼ା ଯାଇଥିବା ରୋଗୀଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଡାକ୍ତର ଲେଖିଥିବା ଔଷଧ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଉକ୍ତ ନର୍ସିଂହୋମ ରୁ ନେବା ପାଇଁ କୁହାଯାଇଥିଲା। ରୋଗୀ ଘରକୁ ଫେରିବା ପରେ ପୁଣି ପେଟ ଦରଜ ହେଉଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ମେଡିକାଲରେ ଭର୍ତି ହେବାର ପ୍ରଥମ ଦିନରେ ହିଁ ରୋଗୀଙ୍କୁ ଇଞ୍ଜେକସନ ଦିଆଯାଇଥିଲା। ପୁଣି ୬ ତାରିଖରେ ଆଉ ଏକ ଇଞ୍ଜେକସନ ମେଡ଼ିକାଲ କତ୍ତୃପକ୍ଷ ଦେଇଥିଲେ। କିନ୍ତୁ ରୋଗୀଙ୍କ ପେଟରେ ଦରଜ ହେବାରୁ ତାଙ୍କ ସମ୍ପର୍କୀୟ ହଠାତ ଏକ ମେଡ଼ିସିନ ଷ୍ଟୋର କୁ ନେବା ସହ ପୂର୍ବରୁ ଦିଆଯାଇଥିବା ଇଞ୍ଜେକସନ ଦେଖାଇଥିଲେ। ତେବେ ଉକ୍ତ ଇଞ୍ଜେକସନ ର ଏକ୍ସପାଏର୍ ହୋଇଯାଇଥିବା ମେଡ଼ିସିନ ଷ୍ଟୋର ର କର୍ମଚାରୀ କହିଥିଲେ। ପରେ ରୋଗୀଙ୍କୁ ଇଞ୍ଜେକସନ ଦିଆଯାଇନଥିଲା। ତେବେ ଉକ୍ତ ରୋଗୀଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଭାଙ୍ଗିପଡିଛନ୍ତି। ଚିକିତ୍ସା ଓ ଔଷଧ ଖର୍ଚ୍ଚ ବାବଦକୁ ଏତେ ଟଙ୍କା ସାରିବା ପରେ ପୁଣି ଏଭଳି ଅବହେଳିତ ଚିକିତ୍ସା ନେଇ ପ୍ରଶ୍ନ କରିଛନ୍ତି ରୋଗୀଙ୍କ ପରିବାର ଲୋକେ।ଏନେଇ ନର୍ସିଂହୋମ କତ୍ତୃପକ୍ଷ କୁ ରୋଗୀଙ୍କ ପରିବାର ଲୋକ ଜଣାଇବା ପରେ କୌଣସି ଅସୁବିଧା ହେବନି ବୋଲି ସେଠାକାର ଏକ କର୍ମଚାରୀ କହିଥିଲେ। ତେବେ ଏଭଳି ନର୍ସିଂହୋମ ମାନେ କିଭଳି ଲୋକଙ୍କ ଠାରୁ ଚିକିତ୍ସା ନା ରେ ଲୁଟୁଛନ୍ତି ତାହା ସ୍ୱଷ୍ଠ ଅନୁମେୟ। ରୋଗୀ ସେବା ନାମରେ ନିରୀହ ଲୋକଙ୍କ ଠାରୁ ଯେଉଁଭଳି ଶୋଷଣ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ।ଏମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here