ବ୍ରହ୍ମପୁର,୨୧/୦୯/୨୦୨୦ ( ଟୁକୁନା ପ୍ରଧାନ)-: ମହାମାରୀ କରୋନା ରେ ଲକ୍ ଡ଼ାଉନ ସଟ୍ ଯୋଗୁଁ ସବୁ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଏବେ କିଛି ଦିନ ହେଲା ସଟ୍ ଡ଼ାଉନ ଓ ଲକ୍ ଡାଉନ ଉଠିବା ପରେ ସମସ୍ତ ବ୍ୟବସାୟ ଅନୁଷ୍ଠାନ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି , ଆଗକୁ ଦଶହରା ପର୍ବ ରହିଥିବା ବେଳେ ଲୁଗା ଦୋକାନ ମାନଙ୍କ ରେ ବ୍ୟବସାୟ ରେ ଭିଡ଼ ରହିଥାଏ।କିନ୍ତୁ ଏହାର ସମ୍ପୂର୍ଣ୍ଣ ଫାଇଦା ମିଳିଛି ଡକାୟତ ମାନଙ୍କୁ ।ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଦିନ ଦ୍ବିପହର ରେ ଜନଗହଳି ପୂର୍ଣ୍ଣ ରାସ୍ତା ଥିବା ଆଲାଡୁ ଲୁଗା ଦୋକାନ ରୁ ଖଣ୍ଡା ଦେଖାଇ ଏକ ଲକ୍ଷ ଚାଳିଶି ହଜାର ଟଙ୍କା ଲୁଟି ନେଲେ ଦୃବୃତ।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଦୋକାନ ସିସିଟିଭି ଯାଞ୍ଚ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଜି କବିସୂର୍ଯ୍ୟ ନଗର ର ଜଣାଶୁଣା ଆଲାଡୁ ଲୁଗା ଦୋକାନ ତିନି ଜଣ ଯୁବକ ଏକ ଲାଲ କଲର ନୂଆ ନମ୍ବର ବିହୀନ ସିବିଜେଡ ବାଇକ ରେ ଆସି ଲୁଗା କିଣାବା ଭଳି ଦୁଇ ଜଣ ଲୁଗା ଦୋକାନ ଭିତରକୁ ପ୍ରବେଶ କରିଥିଲେ ଅନ୍ୟ ଜଣେ ବାଇକ ଷ୍ଟାର୍ଟ ରଖି ବାଇକ ଉପରେ ବସିଥିବା ସମୟରେ ଭିତରକୁ ଯାଇଥିବା ଦୁଇ ଜଣ ଯୁବକ ଲୁଗା ମାଲିକ ଓ ତାଙ୍କରି କିଛି କର୍ମଚାରୀ ଙ୍କୁ ଏକ ଲମ୍ବା ଖଣ୍ଡା ଦେଖାଇ କ୍ୟାସ୍ କାଉଣ୍ଟର ରେ ପଶି ଏକ ଲକ୍ଷ ଚାଳିଶି ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇ ଥିଲେ। ଏହା ସବୁ ଚାରି ମିନଟ ଭିତରେ ହୋଇଥିଲା ୨ .୫୮ ରୁ ୩ .୦୩ ମିନିଟ ରେ । ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜ ରୁ ଦେଖିବାକୁ ମିଳିଛି। ଏବଂ ଘଟଣା ସ୍ଥଳରେ କବିସୂର୍ଯ୍ୟ ନଗର ଥାନା ଅଧିକାରୀ ପ୍ରଭାତ ସାହୁ ପହଁଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।