ପୋଡାମାରି ପଞ୍ଚାୟତରେ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ଔଷଧୀୟ ମଶାରୀ ବଣ୍ଟନ ।

0
341

ବ୍ରହ୍ମପୁର,୨୦/୦୯/୨୦୨୦ : ଆଡପଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ପୋଡ଼ାମାରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ବିଭାଗ ସୌଜନ୍ୟରୁ ବିଶୋଧିତ ଔଷଧୀୟ ମଶାରୀ ବଣ୍ଟନ କରାଯାଇଛି । ସ୍ଵାସ୍ଥ୍ୟ ବିଭାଗର ମ୍ୟାଲେରିଆ ନିରାକରଣ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମରେ ପରିବାର ସଦସ୍ୟ ଭିତ୍ତିରେ ଏହି ମଶାରୀ ବଣ୍ଟନ କରାଯାଉଥିବା ବେଳେ ଔଷଧୀୟ ମଶାରୀ ବ୍ୟବହାରକୁ ନିଶ୍ଚିତ କରାଇବାକୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଆଜି ପୋଡ଼ାମାରି ପଞ୍ଚାୟତ କାର୍ଯ୍ୟାଳୟ ବୈଠକ ଗୃହରେ ସ୍ବାସ୍ଥ୍ୟ ବିଭାଗର ମଶାରୀ ବଣ୍ଟନ ସମ୍ବନ୍ଧିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ସରପଞ୍ଚ ଭଗ୍ୟଶ୍ରୀ ବିଷୋୟୀ ପୌରହିତ କରିବା ସହିତ ପଞ୍ଚାୟତ ସ୍ତରରେ ମଶାରୀ ବଣ୍ଟନର ଶୁଭାରମ୍ଭ କରିଥିଲେ ।ସ୍ଵାସ୍ଥ୍ୟ ବିଭାଗର ସାନିଟାରୀ ନିରୀକ୍ଷକ ପ୍ରଦୀପ କୁମାର ପଟ୍ଟନାୟକ , ଲିଙ୍ଗରାଜ ରେଡ୍ଡୀ , କୃଷ୍ଣଚନ୍ଦ୍ର ରଣସିଂହ , ଦେବୀପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ କର୍ମଚାରୀଙ୍କ ସହିତ ଯୁବ ସମାଜସେବୀ ସନ୍ତୋଷ ବିଷୋୟୀ , ପୋଡାମାରି ବିଜୁ ଯୁବ ବାହିନୀ ସହଯୋଗିତାରେ ପଞ୍ଚାୟତରେ ୨୫୦୦ ରୁ ଅଧିକ ମଶାରୀ ବଣ୍ଟନ କରାଯାଇଥିଲା ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here