ଭିଷ୍ମଗିରି ପଂଚାୟତରେ ସାମାଜିକ ସୁରକ୍ଷା ଭତ୍ତା ଓ ଆବାସ ଯୋଜନା ହିତାଧକାରୀ ଚୟନରେ ଅନିୟମିତତା ନେଇ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ ।

0
147

ବ୍ରହ୍ମପୁର, ୨୮/୦୯/୨୦୨୦:
ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକର ଭିଷ୍ମଗିରୀ ପଂଚାୟତରେ ସାମାଜିକ ସୁରକ୍ଷା ଭତ୍ତା ଓ ଆବାସ ଯୋଜନା ଗୃହ ଯୋଗାଣ ନେଇ କରାଯାଉଥିବା ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଅଛି । ପଂଚାୟତରେ ସରକାରୀ ଦଳ ବିପକ୍ଷ ସରପଞ୍ଚଙ୍କ କାରଣରୁ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରିବାରେ ଅଣଦେଖା କରାଯାଉଥିବା ନେଇ ଆଜି ବହୁ ଆଶାୟୀ ହିତାଧିକାରୀ ବ୍ଲକ୍ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ଭିଶ୍ମାଗିରି ପଞ୍ଚାୟତର ଛାମୁଆଁ ବିଜେଡ଼ି କର୍ମୀ ରାଜୀବ ବ୍ରହ୍ମ , ମିଟୁ ସେଠି , ବୁଲୁ ବେହେରା , ସୁଶାନ୍ତ ସେଠିଙ୍କ ନେତୃତ୍ୱରେ ସରକାରୀ ସହାୟତାରୁ ବଞ୍ଚିତ ବହୁ ହିତାଧିକାରୀ ପଂଚାୟତରେ ଚାଲିଥିବା ବ୍ୟବସ୍ଥାକୁ ବିରୋଧ କରିଛନ୍ତି ।ବ୍ଲକ୍ କାର୍ଯ୍ୟଳୟ ପରିସରରେ ଯୁବ ବିଜେଡି ନେତା ତଥା ଉଦୀୟମାନ ଆଇନଜୀବୀ ଶ୍ରୀ ରାମକୃଷ୍ଣ ପାଢୀ (ଚଗଲା ଭାଇ )ଙ୍କ ସହ ବିଚାର ବିମର୍ଷ କରିଛନ୍ତି । ଏଥି ସମ୍ବନ୍ଧରେ ବ୍ଲକ୍ ଉପାଧ୍ୟକ୍ଷ ପ୍ରତିନିଧି ଏମ୍ ନିରଂଜନ ରେଡ଼ିଙ୍କୁ ଅବଗତ କରିଛନ୍ତି । ପରିଶେଷରେ ଶ୍ରୀ ପାଢୀଙ୍କ ତତ୍ତ୍ଵାବଧାନରେ ମିଳିତ ଅଭିଯୋଗକୁ ବିଡ଼ିଓଙ୍କ ଅନୁପସ୍ଥିତିରେ ସେକ୍ସନ ଅଧିକାରୀଙ୍କୁ ଅର୍ପଣ କରିଛନ୍ତି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here