ନକଲି ଧାନ ବିହନ ଲଗାଇ ଚାଷୀ ଆତ୍ମହରା

0
202

 

ଦିଗପହଣ୍ଡି, ୦୨/୧୦/୨୦୨୦:ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକରେ ଶହ ଶହ ଏକର ଧାନ ଏବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । କୋଟିନଡ଼ା ଗ୍ରାମର କିଛି ଲୋକେ ବଜାପଲି ଗ୍ରାମରୁ ବିହନ ଆଣିଥିଲେ ସେଥିରୁ ଖାଲି ବାଳୁଙ୍ଗା ଦେଖିବାକୁ ମିଳୁଛି l ବିଲରେ ଧାନ ହସୁଛି ସିନା ଧାନ ଅଗାଡ଼ି ହୋଇଯାଇଛି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଏସବୁ ଧାନ ବିହନ ଭଲ ବୋଲି କହିଥିଲେ ଦୋକାନୀ କିନ୍ତୁ ତାର ପରିଣାମ ଓଲଟା ଦେଖିବାକୁ ମିଳିଲା l
ଚାଷୀ ଦୋକାନୀ କଥାରେ ପଡ଼ି ବିହନ ଆଣି ବୁଣିଥିଲେ ଓ ଭଲ ଫସଲ ମଧ୍ୟ ହୋଇଥିଲା । ଏବେ ମଧ୍ୟ ବିଲରେ ଫସଲ ହସୁଛି । ହେଲେ ଧାନ କିନ୍ତୁ ଅଗାଡ଼ି ହୋଇଯାଇଥିବା ଚାଷୀ ଦେଖିବାକୁ ପାଇଛନ୍ତି । କୃଷି ବିଭାଗର ଭିଏଲଡବ୍ଲ ଏବଂ ରାଜସ୍ୱ ନିରୀକ୍ଷକ ଙ୍କ ଦର୍ଶନ ନାହିଁ । ଧାନରେ କୌଣସି ପୋକ ଲାଗିନଥିବା ଦେଖିବାକୁ ମିଳିଛି ।
ଏହାର ତଦନ୍ତ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଋଣ କରି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନକଲି ଧାନ ବିହନ ଯୋଗୁ ବର୍ଷକର ଫସଲ ହରାଇବାକୁ ଯାଉଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here