ତପ୍ତପାଣିରେ ମୋହନା ବ୍ଲକ୍ ବିଜେଡିର ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜନିତ ପ୍ରସ୍ତୁତି ବୈଠକ ।

0
112

ବ୍ରହ୍ମପୁର,୦୯/୧୦/୨୦୨୦ : ଗଜପତି ଜିଲ୍ଲା ମୋହନା ବ୍ଲକ୍ ବିଜେଡି ପକ୍ଷରୁ ଆୟୋଜିତ ହେବାକୁଥିବା ବ୍ଲକ୍ ସ୍ତରୀୟ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସୌଜନ୍ୟ ମେଗା ରକ୍ତଦାନ ଶିବିର ଓ ଜନ ସଚେତନା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ତପ୍ତପାଣି ପାନ୍ଥ ନିବାସ ଠାରେ ଅନୁଷ୍ଠିତ ହୋଇଅଛି । ମୋହନା ବ୍ଳକ ବିଜେଡି କର୍ମକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଟିତ ଏହି ପ୍ରସ୍ତୁତି ବୈଠକରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଅଧ୍ୟକ୍ଷତା କରିବା ସହିତ ବୈଠକ ଆରମ୍ଭରେ ନିକଟରେ ଅସୁସ୍ଥତା କାରଣରୁ ମୃତ୍ୟୁ ବରଣ କରିଥିବା ପୁର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମୋହନା ବ୍ଳକର ବରିଷ୍ଠ ବିଜେଡି ବ୍ୟକ୍ତିତ୍ଵ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଥୋମାସ ମାଇକେଲଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ ସାମୁହିକ ନିରବ ପ୍ରାର୍ଥନା କରାଯାଇଥିଲା।

ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଜନିତ କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖ ଗୁରୁବାର ଦିନ ମୋହନାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେବାନେଇ ସ୍ଥିରୀକୃତ ହୋଇଥିଲା । ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରକ୍ତ ଅଭାବ ଜନିତ କାରଣରୁ ଜୀବନ ହାନି ଘଟଣାକୁ ନିୟନ୍ତ୍ରଣ ଉଦ୍ଧେଶ୍ୟରେ ରାଜ୍ୟ ଶାସକ ଦଳ ବିଜେଡିର ଏହି ମାନସ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ତୃଣମୂଳ ସ୍ତରରେ ସଚେତନତା କରାଇବାକୁ ବୈଠକରେ ମତ ପ୍ରକାଶ କରାଯାଇଥିଲା । କରୋନା ସଂକ୍ରମଣ ମହାମାରୀର ପ୍ରତିଷେଧକ ପାଇଁ ମାସ୍କ ପରିଧାନ , ନିୟମିତ ସମୟାନ୍ତାରରେ ସବୁନରେ ହାତ ଧୋଇବା , ସାମାଜିକ ଦୂରତ୍ୱ ରକ୍ଷା କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ କାରଣରୁ ଏଥି ନେଇ ସାର୍ବଜନୀନ ସଚେତନତା ବ୍ୟାପକ କରାଇବାକୁ ମତ ପ୍ରକାଶ ପାଇଥିଲା ।ଅନୁଷ୍ଟିତ ଏହି ପ୍ରସ୍ତୁତି ବୈଠକରେ ଗଜପତି ଜିଲ୍ଲା ବିଜେଡି ଉପସଭାପତି ତଥା ସମାଜସେବୀ ଦଣ୍ଡାସି ସାହୁ , ମୋହନା ବ୍ଳକଅଧ୍ୟକ୍ଷ ଶୁକି ଶବର , ଉପାଧ୍ୟକ୍ଷ ବାଲିମା ଅଧିକାରୀ , ବ୍ଲକ ବିଜେଡି ସଭାପତି ଶ୍ରୀ ରଂଜୀବ ଶବର , ବିଜେଡି ଜିଲ୍ଲା ସଂପାଦକ ମଧୁ ନାୟକ , ଜିଲ୍ଲା ପରିଷଦସଭ୍ୟ ସ୍ନିଗ୍ଧା ରାଣୀ ରଣସିଂହ , ବରିଷ୍ଠ ବିଜେଡି ଛାମୁଆଁ କର୍ମୀ ରାଜେନ୍ଦ୍ର ନାୟକ , ବାଲେନ୍ତିନା ମାଝୀ , ହରି ପାତ୍ର , ରାଜୁ ସାହୁ , କୃଷକ ନେତା ଉମା ସାହୁଙ୍କ ସହିତ ସମସ୍ତ ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here