ଭିନ୍ନକ୍ଷମଙ୍କ ସମସ୍ୟା ସମାଧାନ ହେତୁ ଜିଲ୍ଲାପାଳ ଓ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଲା ମାନବ ଅଧିକାର ସୁରକ୍ଷା ମଞ୍ଚ

0
202

ବ୍ରହ୍ମପୁର,୧୧/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲାରେ ହଜାର ହଜାର ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଥଇଥାନ କ୍ଷେତ୍ରରେ ଗତ ୨୦୦୦ ମସିହାରୁ କାମ କରୁଥିବା ଛତ୍ରପୁରର ସମର୍ଥ ଆବାସିକ ଶିକ୍ଷା କେନ୍ଦ୍ର ଥିବା ସ୍ଥାନରେ ଏକ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକରୁ ଅଧିକ ତପ୍ତରତl ପ୍ରକାଶ କରି ରାତି ଅଧିଆ ଉକ୍ତ ଆବାସିକ କେନ୍ଦ୍ରର ପାଣି, ବିଦ୍ୟୁତ ସଂଯୋଗ କାଟିଦେଇ ତାଙ୍କ ପ୍ରତି ଅମାନବୀୟ ଆଚରଣ ହେତୁ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ ଆରମ୍ବ କରିଥିଲେ l ଏହି ଆନ୍ଦୋଳନକୁ ସମର୍ଥନକରି ଭିନ୍ନକ୍ଷମଙ୍କ ସମସ୍ତ ଦାବୀ ଅବିଳମ୍ବେ ପାଳନ କରିବା ଓ ଅଦାଲତ ଅବମାନନା କରିଥିବା ଜିଲ୍ଲାପାଳଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପରେ ୧୧୪ ଜଣ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ଭିନ୍ନକ୍ଷମ ପିଲାମାନଙ୍କୁ ବର୍ତମାନ ନ୍ୟାୟ ମିଳିଛି l ବାସଉପଯୋଗୀ ବାସଗୃହ ଯୋଗାଇବାପାଇଁ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘକୁ ଜିଲ୍ଲାପାଳ ଆଶ୍ୱାସନା ଦେବାସହ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ଲକ କଲୋନୀ ସ୍କୁଲରେ ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି l ବିଳମ୍ବରେ ହେଲେ ବି ଜିଲ୍ଲାପାଳ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ସମସ୍ୟା କୁ ହୃଦୟଙ୍ଗମକରି ତାଙ୍କ ସମସ୍ୟାର ସମାଧାନ କରିଥିବାରୁ ଜିଲ୍ଲାପାଳଙ୍କୁ ଓ ଏହି ସ୍ପର୍ଶକାତର ବିଷୟକୁ ଗଣମାଧ୍ୟମରେ ଅତି ଗୁରୁତ୍ବର ସହ ପ୍ରସାରଣରେ ସହଯୋଗ କରିଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା,ସମାଜସେବୀ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଶ୍ରୀନିବାସ ରାଓ, ଗଗନ ମଲ୍ଲିକ, ପୁର୍ଣ ଚନ୍ଦ୍ର ମହାରଣା, ରମେଶ ଚନ୍ଦ୍ର ସାହୁ, ହୃଷିକେଶ ପାତ୍ର ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି l ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଅନଶନକୁ ପ୍ରତ୍ୟାହାର କରିଛନ୍ତି l

LEAVE A REPLY

Please enter your comment!
Please enter your name here