ଯାଜପୁର,୧୨/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଯାଜପୁର ଜିଲ୍ଲାର ଦଶରଥ ପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଜନସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳ ପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ମାର୍ଚ୍ଚ ୨୧ତାରିଖ ଠାରୁ ଆଜକୁ ଦୀର୍ଘ ୨୦୫ଦିନ ଧରି ନିଜସ୍ଵ ପ୍ରଚେଷ୍ଟାରେ ନିଆରା ଢଙ୍ଗରେ ଲୋକମାନଙ୍କୁ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ବିଂଝାରପୁର ବ୍ଲକ ଅନ୍ତର୍ଗତ ହଲଦୀଡ଼ିହ ପଞ୍ଚାୟତର ବିଭିନ୍ନ ସ୍ଥାନମାନଙ୍କରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ପଥପ୍ରାନ୍ତ ନାଟକ “ସଚେତନ କଲା ଦାଦନ ପିଲା” ପରିବେଷଣ କରାଯିବା ସହ ମାସ୍କ, ସାବୁନ,ସାନିଟାଇଜର,ହ୍ୟାଣ୍ଡ ଗ୍ଲୋବସ,ଵ୍ଲିଚିଂ ପାଉଡର ଆଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,କଳାକାର ଶଶୀକାନ୍ତ ପଣ୍ଡା,ଭାଗବତ ମଲ୍ଲିକ, ମାନସ ସେଠ,ଦେବେନ୍ଦ୍ର କୁମାର ମଲ୍ଲିକ,ଆନନ୍ଦ ଚନ୍ଦ୍ର ମଲ୍ଲିକ, ରମେଶ ଚନ୍ଦ୍ର ମଲ୍ଲିକ, ଗଜେନ୍ଦ୍ର ମଲ୍ଲିକ,ପ୍ରମୋଦ କୁମାର ଗୁରୁ,ମଙ୍ଗରାଜ ଗୁରୁ ଆଦି ସହଯୋଗ କରିଥିଲେ।