ବ୍ରହ୍ମପୁର,୧୪/୧୦/୨୦୨୦ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମପଞ୍ଚାୟତ ଦୁର୍ଗାଶ୍ରୀ ମହିଳା ଗୃପ ମହିଳା ଙ୍କ ମାନବିକତା ଦେଖିବାକୁ ମିଳିଛି । ଯାହାକି କଳମ୍ବ ଗ୍ରାମର ଡିହସାହିରେ ବସବାସ କରୁଥିବା ସ୍ବର୍ଗତ ଜ୍ଯୋତି ପ୍ରଧାନଙ୍କ ସ୍ତ୍ରୀ ନନ୍ଦିନୀ ପ୍ରଧାନ ଙ୍କୁ ମା ଦୁର୍ଗାଶ୍ରୀ ମହିଳା ଗ୍ରୁପ୍ ତରଫରୁ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଦ୍ଵାରା ୨୦,୦୦୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିବା ଜଣାପଡିଛି l ଅର୍ଥରାଶି ପ୍ରଦାନ ସମୟରେ ସରପଞ୍ଚ ଶ୍ରୀ ପ୍ରଧାନ ସହ ସମସ୍ତ ଗୃପ ମହିଳା କରୋନା କୁ ଦୃଷ୍ଟିରେ ରଖି ମାସ୍କ ଓ ସାନିଟାଇଜର୍ ସହିତ ସମାଜିକ ଦୂରତା ଅବଲମ୍ବନ କରିଥିଲେ । କରୋନା ମହାମାରୀ ସମୟରେ ଜ୍ଯୋତି ପ୍ରଧାନ ହଠାତ୍ ମୃତ ବରଣ କରିଥିଲେ ଏବଂ ୮ ମାସ ତଳେ ନନ୍ଦିନୀ ପ୍ରଧାନଙ୍କ ଏକ ମାତ୍ର ପୁତ୍ର ସନ୍ତାନ ଯାହାକି ସେ ଜଣେ ଦିବ୍ୟାଙ୍ଗ ଥିଲେ ତାଙ୍କର ମଧ୍ୟ ମୃତ ହୋଇଥିଲା l ବର୍ତ୍ତମାନ ଅସହାୟ ମହିଳା ନନ୍ଦିନୀ ଦିନ ମଜୁରୀଆ ଭାବରେ ଦୁଇ ପଇସା ରୋଜଗାର କଲେ ଦୁଖଃ କଷ୍ଟରେ ଚଳନ୍ତି l ନନ୍ଦିନୀ ଙ୍କ ଏହି ପରି ପରିସ୍ଥିତି ଦେଖି କଳମ୍ବ ଗ୍ରାମର ମା ଦୁର୍ଗାଶ୍ରୀ ମହିଳା ଗ୍ରୁପ୍ ସହାୟତାର ହାତ ବଢାଇ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବାରୁ କଳମ୍ବ ପଞ୍ଚାୟତରେ ବିଭିନ୍ନ ମହଲରୁ ଉକ୍ତ ମହିଳା ଗୃପକୁ ପ୍ରଶଂସା କରାଯାଇଛି ।