ଗଜପତି, ୧୮/ ୧୦/୨୦୨୦(ପ୍ରଭାତ କୁମାର ପାତ୍ର )ଜଙ୍ଗଲ ବିଭାଗ ଦ୍ଵାରା ବିପୁଳ ପରିମାଣର ବହୁମୂଲ୍ୟ ବିରଳ ରକ୍ତ ଚନ୍ଦନ କାଠ ଜବତ। ଜଙ୍ଗଲ ବିଭାଗ ଓ ପୋଲିସର ମିଳିତ ଚଢାଉ ପରେ ଜବତ ହୋଇଛି ୬କୁଇଣ୍ଟାଲ ୬୦ କିଗ୍ରା ରକ୍ତ ଚନ୍ଦନ କାଠ । ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଗାରାବନ୍ଧ ଥାନା ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିବା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା । କିନ୍ତୁ ଏ ଘଟଣାରେ କୌଣଶି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ସୂଚନା ପ୍ରକାରେ ଏକ ମାସ ପୂର୍ବେ ଏହି ଚୋରା କାରବାର ନେଇ ଖବର ପାଇଥିଲା ବିଭାଗ। ଅତର୍କିତ ଚଢ଼ାଉ ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ। ତଥାପି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ଚୋରା ଚାଲାଣ କାରି । ତେବେ କେଉଁଠି ନା କେଉଁଠି ବିଭାଗର ଦୁର୍ବଳତା ରହିଛି, ଯାହାର ଫାଇଦା ନେଇ ଖସି ପଳାଇବାରେ ସଫଳ ହୋଇଛନ୍ତି। ଖବର ନେବାରେ ଜଣାପଡିଛି ଆନ୍ତଃରାଜ୍ୟ ମାଫିଆଙ୍କ ସହ ସମ୍ପୃକ୍ତ ଏ ଅଞ୍ଚଳର ରାକେଟ ଏବେ ଛୁ। ବର୍ଷ ବର୍ଷ ଧରି ଜଙ୍ଗଲି ତଷ୍କର ମାନେ ସଂରକ୍ଷିତ ଜଙ୍ଗଲରୁ ବହୁ ମୂଲ୍ୟବାନ ବିରଳ ରକ୍ତ ଚନ୍ଦନ କାଠକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରୁଛନ୍ତି। ଅନେକ ସମୟରେ ଓଡ଼ିଶାରୁ ଖସି ଆନ୍ଧ୍ର ପ୍ରଦେଶର ସୀମାରେ ଧରା ପଡୁଥିଲେ ମାଫିଆ। ଯାହା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ଘେରକୁ ଆଣୁଥିଲା। ତେବେ ଦୀର୍ଘ ବର୍ଷ ବ୍ୟବଧାନ ପରେ ଚଢ଼ାଉ ପାଇଁ ଅଣ୍ଟା ଭିଡିଛି ବନ ବିଭାଗ ।ଖବର ପାଇ ଚଢାଉ ପରେ ଜବତ ହୋଇଛି ୧୮ଖଣ୍ଡ ରକ୍ତ ଚନ୍ଦନ କାଠ , ଯାହାର ବିଦେଶରେ ଚାହିଦା ଅଧିକ ରହିଛି। ବଜାରର ଚାହିଦା ଯାହାର ଅନୁମାନିକ ମୁଲ୍ୟ ୧୫ ଲକ୍ଷରୁ ଅଧିକ ହେବ । କିନ୍ତୁ ମାଫିଆଙ୍କୁ ଗିରଫ କରି ପାରିନି, ଏ ଘଟଣାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଅନ୍ତର୍ଜାତୀୟ ମାଫିଆଙ୍କ ସମ୍ପୃକ୍ତି ରହିଥିବା ସ୍ୱୀକାର କରିଛନ୍ତି ଅଧିକାରୀ । ତେବେ ଏହି ରାକେଟର ମୁଳ ଜାଏଁ ପହଞ୍ଚିବାରେ କେତେ ସଫଳ ହେଉଛି ବିଭାଗ ତାହାକୁ ଅପେକ୍ଷା । ଏଠି ସୁଚନା ଯୋଗ୍ଯ କେରଳ ଓ ଆନ୍ଧ୍ରପ୍ରଦେଶ କିଛି ଅଞ୍ଚଳକୁ କେବଳ ଗଜପତି ଜିଲ୍ଲାରେ ବିରଳ ରକ୍ତ ଚନ୍ଦନ କାଠର ପ୍ରାକୃତିକ ସ୍ୱତନ୍ତ୍ର ସଂରକ୍ଷିତ ଜଙ୍ଗଲ ରହିଛି ଯେଉଁଠାରୁ ବାରମ୍ବାର ମାଫିଆ ମାନେ ଲୁଟୁଥିବା ଅଭିଯୋଗ ପରେ ତାର ସୁରକ୍ଷା ପାଇଁ ଅନେକ କର୍ମଚାରୀ ନିୟୋଜିତ ଅଛନ୍ତି ଅନେକ କର୍ମଚାରୀ ପ୍ରତେକ ବର୍ଷ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା ତଥାପି ରୋକ ଲଗାଇବାରେ ବିଫଳ ବିଭାଗ ।