ବ୍ରହ୍ମପୁର, ୨୦/୧୦/୨୦୨୦: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଏକମାସ ବ୍ୟାପୀ ବିଜେଡିର ଜନ ସଂପର୍କ ଅଭିଯାନ କରୋନା କଟକଣା ଜନିତ କାରଣରୁ ସ୍ତଗିତ ରହିଥିବା ବେଳେ ପରିବର୍ତ୍ତିତ କାର୍ଯ୍ୟକ୍ରମ ପ୍ରକାରେ ଏହାକୁ କରୋନା ନିରାକରଣ ଜନିତ ସଚେତନତା କାର୍ଯ୍ୟକ୍ରମ ଭାବରେ ପାଳନ କରାଯାଉଅଛି । ରାଜ୍ୟ ନେତୃତ୍ଵଙ୍କ ଆଦେଶ ମତେ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡି କାର୍ଯ୍ୟକର୍ତ୍ତା ମିଳିତ ଭାବେ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସାଧାରଣ ଜନତାଙ୍କ ନିକଟରେ ପଞ୍ଚାୟତ ସ୍ତରରେ ଏହି ଅଭିଯାନକୁ ଫଳପ୍ରଦ କରାଇବାକୁ ଦଳୀୟ ନିର୍ଦ୍ଦେଶନାମା ଜାରୀ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଏହି କରୋନା ସଂକ୍ରମଣ ବିପକ୍ଷ ସଚେତନତା ଅଭିଯାନକୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିବା ବେଳେ ଲଗାଣ ବର୍ଷା କାରଣରୁ କାର୍ଯ୍ୟକ୍ରମରେ ମନ୍ଥରତା ଦେଖାଯାଇଛି ।ପରନ୍ତୁ ଆଜି ମାନ୍ୟବର ପୂର୍ବତନ ବିଧାୟିକାଙ୍କ ନେତୃତ୍ୱରେ ଧରାକୋଟ ବ୍ଲକର ମାଛକୋଟ , ସାବା , ବଳରାମପୁର ଆଦି ପଞ୍ଚାୟତରେ କୋଭିଡ୍ କାର୍ଯ୍ୟକ୍ରମ ଜନିତ ସଚେତନତା କରାଯାଇଅଛି । କରୋନା ଜନିତ ସାଧାରଣ ସାବଧାନତା ସମ୍ପର୍କରେ ଧାରଣା ଅବଗତ କରାଯିବା ସହିତ ନିୟମିତ ସବୁନରେ ହାତ ଧୁଆ ,ସାନୀ ଟାଇଜର୍ ର ବ୍ୟବହାର , ଆବଶ୍ୟକତା ନଥିଲେ ବାହାରକୁ ନଯିବା , ସାମାଜିକ ଦୂରତା ରକ୍ଷା ସହ ସର୍ବଦା ମାସ୍କ ପିନ୍ଧିବା ପାଇଁ ଅନୁପ୍ରାଣିତ କରାଯାଇଥିଲା । ଏଥି ସହିତ ସର୍ବସାଧାରଣରେ ବିପୁଳ ପରିମାଣର ମାସ୍କ ବଣ୍ଟନ କରାଯାଇଥିଲା । ଅନୁଷ୍ଟିତ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ ଜନପ୍ରତିନିଧି ଅଂଶଗ୍ରହଣ କରିଥିବା ବେଳେ ବିଜେଡିର ରବୀନ୍ଦ୍ର ଘୋଷ , ସମିତି ସଭ୍ୟ ଶ୍ରୀ ବଲୱନ୍ତ ସିଂ , ଭଗବାନ ଗୌଡ ପ୍ରମୁଖ ପରିଚାଳନା କରିଥିଲେ ।
ସନ୍ତୋଷ କୁମାର ଦାଶ