ବ୍ରହ୍ମପୁର, ୨୧/୧୦/୨୦୨୦(ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୋଖରୀରେ ଗାଧୋଉଥିବା ବେଳେ ଗୋଡ ଖସିଯାଇ ୨ ଭଉଣୀ ପୋଖରୀରେ ବୁଡି ମୃତ୍ୟୁ ବରଣ ହେବା ଘଟଣା ସାଧାରଣ ରେ ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଦିନ ପାଖାପାଖି ୯ ଘଟିକା ସମୟରେ ତୁଳସୀପୁର ଗ୍ରାମ ର ସୁରେଶ ପାହାନ ଙ୍କ ର ବଡ ଝିଅ ଖୁସି ପାହାନ (୧୦) ସାନ ଝିଅ ପୂଜା ପାହାନ (୬) ତୁଳସୀପୁର ସ୍ଥିତ ଲକ୍ଷ୍ମୀନାରାୟଣ ପୋଖରୀ କୁ ସବୁଦିନ ପରି ଆଜି ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗାଧୋଉଥିବା ବେଳେ କୌଣସି କାରଣରୁ ଗୋଡ ଖସିଯିବା ପରେ ଗଭୀର ପାଣି ରେ ବୁଡି ଯାଇଥିଲେ । ଆଖପାଖ ଅଂଚଳ ରେ କୌଣସି ଲୋକ ନଥିବା ଯୋଗୁଁ ସେମାନଙ୍କ ଚିତ୍କାର ଶୁଣିପାରିନଥିଲେ । ଉକ୍ତ ୨ ଭଉଣୀଙ୍କ ର ମା ଓ ଗ୍ରାମ ର କିଛି ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି ପରେ ପୋଖରୀରେ ଖୋଜାଖୋଜି କରି ଉକ୍ତ ୨ ଭଉଣୀଙ୍କ ର ମୃତଦେହ କୁ ଠାବ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଛତ୍ରପୁର ଏସ୍ ଡି ପିଓ ଗୌତମ କିଷାନ ମେଡିକାଲ୍ ରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ପ୍ରକାଶ ଥାଉ କି ଉକ୍ତ ୨ ଭଉଣୀଙ୍କ ର ବାପା ଶ୍ରମିକ ଭାବେ ଚେନ୍ନାଇ ରେ କାମ କରୁଥିବାବେଳେ ବଡ ଝିଅ ଖୁସି ୫ମ ଶ୍ରେଣୀ ଓ ମଝିଆ ଝିଅ ପୂଜା ତୃତୀୟ ଶ୍ରେଣୀ ରେ ଗାଁ ବିଦ୍ୟାଳୟରେ ପାଠ ପଢୁଥିଲେ । ଏଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।