କେନ୍ଦୁଝର,୦୧/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ସମ୍ପ୍ରତି ସମଗ୍ର ବିଶ୍ୱକୁ ମହାମାରୀ କରୋନାର କରାଳ ଛାୟା ଆଚ୍ଛାଦିତ କରିଥିବା ବେଳେ, ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବେ ସାଧାରଣ ଜନତାଙ୍କ ସଚେତନକରି ମହାମାରୀ କରୋନା ସହ ଯୁଦ୍ଧ କରୁଥିବା ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ବାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର କେନ୍ଦୁଝର ଜିଲ୍ଲା ସମସ୍ତ ଯୋଦ୍ଧା ମାନଙ୍କୁ ନେଇ ପ୍ରକୃତି ଓ ପରିବେଶର ପୂଜା,ନଦୀ ମାତୃକାର ନିରାଜନ,ଚନ୍ଦ୍ର ବନ୍ଦାପନା ସହ ବିଭିନ୍ନ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ,ଶକ୍ତି ଆରାଧନା ଆଦି ଆଗିରିଆ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଅଛି।କଳାକାର ସୁଶ୍ରୀ ସସ୍ମିତା ଜେନାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିଥି ଭାବେ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, କଳା ନିର୍ଦ୍ଦେଶକ ମାଷ୍ଟର ସ୍ୱାଧୀନ ନାୟକ ଆଦି ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀମାନେ ସହଯୋଗ କରିଥିଲେ।