କରୋନା ଟିକା ପ୍ରସ୍ତୁତିରେ ସାମିଲ ୩ ଭାରତୀୟ କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

0
336

ନୂଆଦିଲ୍ଲୀ,୩୦/୧୧/୨୦୨୦(ବ୍ୟୁରୋ ରିପୋର୍ଟ) କୋଭିଡ୍‍-୧୯ ଟିକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭାବେ ସମୀକ୍ଷା କରିଆସୁଛନ୍ତି। ଏହି କ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତିରେ ସାମିଲ ହୋଇଥିବା ଭାରତର ତିନୋଟି କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ।ଟିକା ପ୍ରସ୍ତୁତିରେ ସାମିଲ କମ୍ପାନୀଗୁଡ଼ିକ ହେଉଛନ୍ତି – ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ୍‍ ଇ ଏବଂ ଡକ୍ଟର ରେଡ୍ଡିସ୍‍ ଟିମ୍‍ର ବୈଜ୍ଞାନିକମାନଙ୍କ ସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‍ଫରେନ୍ସିଂରେ ଆଲୋଚନା କରିବେ। ଏ ନେଇ ପ୍ରଧାନମନ୍ତ୍ରୀ ଗତକାଲି ଟ୍ୱିଟ୍‍ କରି ଜଣାଇଛନ୍ତି।
ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମା ସିଟିକାଲ୍ସ ଆମେରିକାର ସିଏଟଲ୍‍ ସ୍ଥିତ ଏଚ୍‍.ଡି.ଟି. ବାୟୋଟେକ୍‍ କର୍ପୋରେସନ୍‍ ସହ ମିଶି ଆର୍‍.ଏନ୍‍.ଏ. ଟିକା ପ୍ରସ୍ତୁତି କରୁଛି। ସେହିପରି ପୁଣେର ବାୟୋଲୋଜିକାଲ୍‍ ଇ ଲିମିଟେଡ୍‍ ଆମେରିକାର ଡାଇନାଭାକ୍ସ ଟେକ୍ନୋଲୋଜି କର୍ପୋରେସନ୍‍ ଓ ବେଲ୍‍ର କଲେଜ୍‍ ଅଫ୍‍ ମେଡିସିନ୍‍ ସହିତ ମିଶି ଟିକା ପ୍ରସ୍ତୁତ କରୁଛି। ଡକ୍ଟର ରେଡ୍ଡିସ୍‍ କମ୍ପାନୀ ରୁଷର ସ୍ପୁଟ୍‍ନିକ୍‍-୫ ଟିକାକୁ ଭାରତରେ ବିକଶିତ କରୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଗତ ଶନିବାର ଦିନ ପୁଣେର ସିରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ, ଅହମ୍ମଦାବାଦରେ ଜାଇଡସ୍‍ ବାୟୋଟେକ୍‍ ପାର୍କ ଓ ହାଇଦ୍ରାବାଦ୍‍ରେ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନକୁ ଗସ୍ତ କରି କରୋନା ଟିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here