ହିଞ୍ଜିଳିକାଟୁ,୦୫/୧୨/୨୦୨୦:ହିଞ୍ଜିଳି ପୌର ପରିଷଦରେ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଗୁଡିକ ନିର୍ମିତ ହୋଇ ପଡ଼ି ରହିଥିବା ବେଳେ କିଛି ଦିନ ତଳେ ହିଞ୍ଜିଳି ସ୍ଥାନୀୟ ମିନି ଷ୍ଟାଡିୟମ ସ୍ଥିତ ଇନଡୋର ଷ୍ଟାଡିୟମକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ ହୋଇଥିଲା ।ମୂଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅଚଂଳବାସୀ ଚାହିଁ ରହିଛନ୍ତି । ହିଞ୍ଜିଳି ପୌରପରିଷରେ ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ଜେଏମଏଫସି ନୂତନ କୋଠା ଆସନ୍ତା ୮ ତାରିଖରେ ମୂଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିବେ ବୋଲି ଜଣାଯାଇଛି ।ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ହିଞ୍ଜିଳି ଗସ୍ତରେ ଆସି ପ୍ରଥମେ ନୁଁଆଗଡ଼ ସର ପାହାଡରେ ହୋଇଥିବା ଜେଏମଏଫସି ନୂତନ କୋଠାକୁ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶନ୍ନ କୁମାର ପାତ୍ର , ତହସିଲଦାର ପ୍ରଭାତ କୁମାର ପରିଡ଼ା , କାର୍ଯନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ବିଚାରପତି ରାଜଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ଆଇନଜିବୀ ଉପସ୍ଥିତ ଥିଲେ ।ପରେ ହିଞ୍ଜିଳି ବ୍ଳକରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ପ୍ରସ୍ତୁତି ବିଷୟରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ରିପୋର୍ଟ-ପ୍ରିୟବ୍ରତ ପଣ୍ଡା