ବ୍ରହ୍ମପୁର, ୦୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଇଶା ପବ୍ଲିକେସନର ବାର୍ଷିକ ଶାରଦୀୟ ବିଶେଷାଙ୍କ “ମାଟିଘଟ” ଉନ୍ନମୋଚନ ପରିପ୍ରେକ୍ଷୀରେ କୁକୁଡାଖଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ରଙ୍କୁ “ମହାମେଘବାହନ” ସମ୍ମାନରେ ସମ୍ମାନିତ କରାଯାଇଅଛି। ଶ୍ରୀ ପାତ୍ର ଜଣେ ସାହିତ୍ୟମନସ୍କ ବ୍ୟକ୍ତି ସହ ଜଣେ ଉତ୍ତମ ପ୍ରଶାସନିକ ଅଧିକାରୀ ତାଙ୍କର ଲେଖନୀ ମୁନରେ ଜୀବନ ପାଇଛି ଅନେକ ସାରସ୍ବତ କୃତି। ଇଶା ପରିବାର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ସମ୍ପାଦକ ଚିନ୍ମୟ ମିଶ୍ର ଅବାହାକ ରତ୍ନାକର ଶିୟ ଓ ମୁଖ୍ୟ ସହଯୋଗୀ ରବୀନ୍ଦ୍ର ନାଥ ସାହୁ ଶ୍ରୀ ପାତ୍ରଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ। କରୋନା କ୍ଷେତ୍ରରେ ସେ ଯେଉଁ ନିଷ୍ଠାପର ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରିବା ଏବଂ ଲୋକଙ୍କ ସହ ରହି ସେବା ଯୋଗାଇ ସେ ନିଜେ ବି କରୋନାରେ ଆକ୍ରାନ୍ତ ହେବା ସତରେ ଏକ ଇତିହାସ ହୋଇ ରହିବ ବୋଲି ଅନେକ ଶୁଭେଚ୍ଛୁ ଓ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।ଏଭଳି ଜଣେ ବିଶେଷ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ଅନୁଷ୍ଠାନ ତରଫରୁ ଆଜି “ମହାମେଘବାହନ”ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।