ବୁଗୁଡା, ୧୯/୦୧/୨୦୨୧: ଗଞ୍ଜାମ ଜିଲ୍ଲା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାନୁଆରୀ ୧୮ ତାରିଖ ପ୍ରଥମ ଦିନରେ ୬୦ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଥିବା ବେଳେ ୧୯ ତାରିଖ ଦ୍ଵିତୀୟ ଦିବସରେ ୧୨୫ ଜଣଙ୍କୁ ଟୀକା ଦିଆ ଯାଇଛି। ଦ୍ଵିତୀୟ ଦିବସରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ସମେତ ୧୭ ଜଣ କର୍ମଚାରୀ ଟୀକା ଗ୍ରହଣ କରିଥିବା ବେଳେ ଅଙ୍ଗନୱାଡି କର୍ମୀ ୭୮ ଜଣ, ଆଶା କର୍ମୀ ୩ ଜଣ ଅଙ୍ଗନୱାଡି ସହାୟିକା ୨୭ ଜଣ ମଧ୍ୟ ଟୀକା ଗ୍ରହଣ କରିଥିଲେ। ପ୍ରଥମ ଓ ଦ୍ଵିତୀୟ ଦୁଇ ଦିନରେ ମୋଟ ୧୮୫ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଥିବା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ମୋଟ ୩୦୦ ଟୀକା ଆସିଥିବା ବେଳେ ଆହୁରି ୧୧୫ ଜଣଙ୍କ ପାଇଁ ଟୀକା ଗଚ୍ଛିତଥିବା ଜଣାପଡିଛି।
ରିପୋର୍ଟ: ଅନିଲ କୁମାର ମହାରଣା