ବ୍ରହ୍ମପୁର, ୨୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଓଡିଶା ରାଜ୍ଯ ପରିବହନ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଜିଲ୍ଲା ପରିବହନ ବିଭାଗ ତରଫରୁ ଓ ଏସ ଆର ଟି ସି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କୁ ଚକ୍ଷୁ ପରିକ୍ଷା କରାଯାଇଛି। ସେହିପରି ସିଟି ବସଷ୍ଟାଣ୍ଡ ରେ ମଧ୍ଯ ଓ ଏସ ଆର ଟି ସି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ତଥା ଡ୍ରାଇଭର ଓ କଣ୍ଡକ୍ଟର ଙ୍କୁ ମାଗଣା ଚକ୍ଷୁ ପରିକ୍ଷା କରାଯାଇଛି। ଏହି ଚକ୍ଷୁ ଶିବିର ରେ ଡାକ୍ତର ସୁଧର୍ମ ଚନ୍ଦ୍ର ପାତ୍ର, ଚକ୍ଷୁ ସିଟି ହସପିଟାଲ ଓ ଡାକ୍ତର. ତପନ କୁମାର ପାତ୍ର, ଚକ୍ଷୁ ସହାୟକସହାୟକ ପ୍ରମୂଖ ରହି କର୍ମଚାରୀ ଙ୍କୁ ଚକ୍ଷୁ ପରିକ୍ଷା କରିଥିଲେ। ଏହି ଚକ୍ଷୁ ଶିବିର ରେ ଶ୍ରୀ ରବିନ୍ଦ୍ର କୁମାର ବେହେରା ଅତିରିକ୍ତ ପରିବହନ ମ୍ୟାନେଜର, ବ୍ରହ୍ମପୁର, ଶ୍ରୀ ସନ୍ୟାସୀ କୋଟିଆ, ଶ୍ରୀ ଆର. ଏନ. ସାମର୍ଥ୍ଯ, ଶ୍ରୀ ଧୀରେନ ଦାସ, ଶ୍ରୀ ବଳରାମ ଚୌଧୁରୀ, ଶ୍ରୀ ହେମନ୍ତ କୁମାର ମହାନ୍ତି, ଓଡିଶା ରାଜ୍ଯ ପରିବହନ ବିଭାଗ କାର୍ଯ୍ୟାଳୟ ର ବହୁ କର୍ମଚାରୀ ଉପସ୍ଥିତ ରହି ଶିବିର କୁ ସଫଳ କରିଥିଲେ।