ବ୍ରହ୍ମପୁର,୨୨/୦୧/୨୦୨୧: ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳ ଗଞ୍ଜାମଙ୍କ ନିର୍ଦ୍ଦେଶକ୍ରମେ ଆଜି ପାଟପୁର ଥାନା ଅଞ୍ଚଳର ଦୁର୍ଗମ ରାମପଲି ଓ ଟି ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳରେ ମିଳିତ ଅବକାରୀ ବାହିନୀର ଅପରେସନ ସବୁଜ ଜହର ଫେଜ -୩ ଅନ୍ତର୍ଗତରେ ମିଳିତ ଅବକାରୀ ଚଢ଼ାଉ କରାଯାଇଅଛି । ଗଞ୍ଜାମ – ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ଓ ଚୋରା ଗଞ୍ଜେଇ ବେପାରକୁ ନେଇ ନାନାଧରଣର ହିଂସାକାଣ୍ଡ ଘଟୁଥିବାରୁ ଜିଲା ଅବକାରୀ ବିଭାଗ ତରଫରୁ ବିଗତ ଦିନରେ ମିଳିତ ଚଢ଼ାଉ କରାଯାଇ ଅବାଧ ଗଞ୍ଜେଇ ଚାଷକୁ ନଷ୍ଠ କରାଯିବା ସହ ଶହ ଶହ କ୍ଵିଣ୍ଟାଲ ଗଚ୍ଛିତ ଗାଞ୍ଜେଇକୁ ପୋଲିସ୍ ଓ ଅବକାରୀ ବିଭାଗ ଜବତ କରିଥିଲା ।ଏହି ପ୍ରରିପ୍ରେଖିକୁ ନଜରରେ ରଖି ଆଜି ବିଭାଗୀୟ ଆଦେଶମତେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ରଞ୍ଜନ କୁମାର ନାୟକଙ୍କ ନେତୃତ୍ୱରେ ସଦର ଅବକାରୀ ରେଞ୍ଜ ଅଧିକାରୀ ରୋଷନ୍ ଈଶୁ ହାଂସଦା , ବ୍ରହ୍ମପୁର ବନ ବିଭାଗ ଉପ ଅଧିକ୍ଷକ ଶ୍ରୀମତୀ ପ୍ରିତିଧାରା ନାୟକ , ଶ୍ରୀଧର ମହାନ୍ତି , ଶ୍ରୀ ମିହିର କୁମାର ସେଠି , ପାଟପୁର ଥାନାଧିକାରୀ ଶ୍ରୀ ଅଜୟ କୁମାର ବାରିକ , ଗୋଳନ୍ଥର ଥାନାଧିକାରୀ ଶ୍ରୀ ସୁବାସ ମହଙ୍କୁଡ଼ , ସଦର -୧ ଥାନାଧିକାରୀ ଧରଣୀଧର ପ୍ରହରାଜ , ସଦର – ୨ ଥାନାଧିକାରୀ ଶ୍ରୀ ବାଳକ ବିଶି ,ଦିଗପହଣ୍ଡି ଓ ଚିକିଟି ଅବକାରୀ ଅଧିକାରୀ ପ୍ରମୁଖ ରାମପଲି ଓ ଟି ଗୋବିନ୍ଦପୁର ଅଞ୍ଚଳରେ ମିଳିତ ଚଢାଉ କରି ୨୫ ଏକରରୁ ଅଧିକ ବିଭିନ୍ନ କିସମ ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହିତ ପ୍ରାୟ ଅଢେ଼ଇ କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କରିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଅଛି । ମିଳିତ ବାହିନୀର ଚଢ଼ାଉରେ ସ୍ଵତନ୍ତ୍ର ଭାବରେ ଦୁଇ ପ୍ଲାଟୁନ୍ ପୋଲିସ୍ ମୁତୟନ ରହିବା ସହିତ ମହିଳା ପୋଲିସ୍ ଉପସ୍ଥିତିରେ କିଛି ଘରକୁ ମଧ୍ୟ ତଲାସୀ କରିଥିଲେ । ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ସାନଖେମୁଣ୍ଡି ତହସିଲଦାର ଡ଼ ,ଶ୍ରୀନିବାସ ବେହେରା ଆନୁଷଙ୍ଗିକ ପଦକ୍ଷେପ ନେଇଥିବା ସହ ଆସନ୍ତା ଦିନରେ ମିଳିତ ଅବକାରୀ ଚଢାଉ ବ୍ୟାପକ କରାଯିବା ନେଇ ପ୍ରତିକ୍ରିୟା ରଖିଥିଲେ । ଦିଗପହଣ୍ଡି ଅବକାରୀ ଭରପ୍ରାପ୍ତ ଅଧିକାରୀ ଅଭିରାମ ସାହୁ ,ଚିକିଟି ଅବକାରୀ ରେଞ୍ଜ ଅଧିକାରୀ ବାଳକୃଷ୍ଣ ପଣ୍ଡା , ଗୋପାଳପୁର ଥାନା ଅଧିକାରୀ ସନ୍ତୋଷ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ସନ୍ତୋଷ କୁମାର ଦାଶ