ଉତ୍କଳ ସମ୍ମିଳନୀ ତରଫରୁ ବରେଣ୍ୟ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ।

0
149

ବ୍ରହ୍ମପୁର,୨୩/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଭାରତମାତା ଙ୍କ ବୀର ସୁପୁତ୍ର ଉତ୍କଳୀୟ ବରପୁତ୍ର ଆଜାଦ୍ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ଭାରତୀୟ ସ୍ବାଧୀନତା ଆନ୍ଦୋଳନର ସଂଗ୍ରାମୀ ସେନାପତି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ପୂଣ୍ୟ ଜୟନ୍ତୀ ଅବସରରେ ରେ ସ୍ଥାନୀୟ ସୁବାଷ ଚନ୍ଦ୍ର ବୋଷ ମାର୍ଗ ଟ୍ରାଫିକ ଛକ୍ ସ୍ଥିତ ପ୍ରତିମୂର୍ତ୍ତି ରେ ଉତ୍କଳ ସମ୍ମିଳନୀ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା। ସମ୍ମିଳନୀର ସଭାପତି ଡ଼.ସୁବ୍ରତ କୁମାର ସାହୁ ଙ୍କ ନେତୃତ୍ବରେ ଉପସଭାପତି ଡାକ୍ତର ନକୁଳ ସାହୁ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ, ଙ୍କ ସମେତ ଡାକ୍ତର ସାଗର ରଂଜନ
ତ୍ରିପାଠୀ,ଡ଼.ଶିବ ପ୍ରସାଦ ମିଶ୍ର,ନୃସିଂହ ପ୍ରସାଦ ପଣ୍ଡା,ନରସିଂହ ସାହୁ ,ରାଜେନ୍ଦ୍ର କୁମାର ପଣ୍ଡା, ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ। ଭାରତ ସ୍ବାଧୀନତା ପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜ
ଗଠନ କରି ଅଭୂତପୂର୍ବ ଅତୁଳନୀୟ ପ୍ରାଣପାତ ସଂଗ୍ରାମ କରିଥିଲେ । ତାଙ୍କର ବଜ୍ରଘୋଷ ଆବାହନ “ମୋତେ ରକ୍ତ ଦିଅ ମୁଁ ସ୍ବାଧୀନତା ଦେବି” ବ୍ରିଟିଶ ଶାସନ କୁ ଦୋହଲାଇ ଦେଇଥିଲା ବୋଲି ବକ୍ତବ୍ୟ ଦେଇ, ନେତାଜୀ ସୁବାଷ ଅମର ରହେ ସ୍ଳୋଗାନ ସହ ପ୍ରାପ୍ତ ସ୍ବାଧୀନତାକୁ ବଜାୟ ରଖିବା ପାଇଁ ଆମ ସଂହତି ଓ ଏକତା ଅକ୍ଷୁର୍ଣ୍ଣ ରଖିବାକୁ ହେବ ବୋଲି ଏହି ଅବସରରେ ଆହ୍ବାନ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here