ବ୍ୟକ୍ତିଗତ ନିର୍ମାଣ ପାଇଁ ମାଟିଇଟା କୁ ଅନୁମତି ଦିଆଯାଉ।

0
210

ବୁଗୁଡା,୦୩/୦୨/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ଗରିବ ଓ ଚାଷୀ ମାନଙ୍କୁ ମାଟିଇଟା ପକାଇବ ପାଇଁ ଅନୁମତି ଦେବାକୁ ଦାବି ହେଉଛି। ଗରିବ ଲୋକଙ୍କୁ ବିଜୁ ପକାଘର, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, କୃଷକ ମାନେ ନିଜ ଘର ନିର୍ମାଣ ପାଇଁ ନିଜ ଜମିର ମାଟିରେ ଇଟା ପକାଇ ଘର ନିର୍ମାଣ କରୁଥିବା ବେଳେ ବୁଗୁଡା ତହସିଲଦାର ସେଥିପାଇଁ ରାଜସ୍ୱ ଆଦାୟ କରୁଥିବା ଜଣାପଡ଼ିଛି। ନିଜ ହିଡ ଥିବା ଚାଷ ଜମିର ମାଟିରେ ଇଟା ପକାଉ ଥିବା ଯୋଗୁଁ ମୃତ୍ତିକା କ୍ଷୟର ଆଦୌ ସମ୍ଭାବନା ନାହିଁ। ବର୍ତ୍ତମାନ ବନ ବିଭାଗର କଟକଣା ଯୋଗୁଁ ସମସ୍ତେ କୋଇଲା ଓ କୁଣ୍ଡାଦ୍ୱାର ଘାଟି ପୋଡ଼ୁଥିବା ବେଳେ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା ନାହିଁ । ଗ୍ରାମଠାରୁ ଦୂରରେ ଇଟା ପୋଡାଯାଉଥିବା ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କିଛି ପ୍ରଭାହ ପଡିବ ନାହିଁ। ଏହି ପରି ସ୍ଥଳେ ଯେଉଁମାନେ ବ୍ୟବସାୟ ଉଦ୍ଦେଶ୍ୟ ରଖି ଇଟାପକାଉଛନ୍ତି ସେମାନଙ୍କ ଉପରେ କଟକଣା ଜାରିକାରାଯାଉ, ମାତ୍ର ଗରିବ ଓ କୃଷକ ମାନେ ନିଜର ଘର ନିର୍ମାଣ ପାଇଁ ପକାଉ ଥିବା ଇଟା ଉପରେ କଟକଣା ନକରିବାକୁ ପ୍ରକାଶ କରିଛନ୍ତି। ତହସିଲଦାର ଗରିବ ଓ ଚାଷୀ ମାନଙ୍କ ଉପକାର ପାଇଁ ଇଟା ପକାଇବାକୁ ଅନୁମତି ଦେବାକୁ ଦାବି ହେଉଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here