ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼୍‌‌‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରୋନା ପାଇଁ ୯ ମାସର ହଷ୍ଟେଲ ଫି’ ଛାଡ଼୍‌ ନେଇ‌ ଘୋଷଣା, ଫି’ ଛାଡ଼ ଦ୍ୱାରା ସରକାରୀ ଆଇଟିଆଇ ରେ ପଢୁଥିବା ୩୦ ହଜାର ପିଲା ଉପକୃତ ହେବେ।

0
387

ଭୂବନେଶ୍ୱର,୦୩/୦୨/୨୦୨୧: ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଲେ ୯ ମାସର ହଷ୍ଟେଲ ଫି’ ୧,୧୨୫ ଟଙ୍କା ଛାଡ଼୍‌ ନେଇ‌ ଘୋଷଣା କରିଛନ୍ତି। ଫି’ ଛାଡ଼ ଦ୍ୱାରା ସରକାରୀ ଆଇଟିଆଇ ରେ ପଢୁଥିବା ୩୦ ହଜାର ପିଲା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇ ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍‌‌ ଆଜି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଏପ୍ରିଲ୍ ମାସ‌ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ୍‌ କରାଯାଇଛି।କରୋନା ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ତେଣୁ ଏହି ସମୟରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାରୀ ଆଇଟିଆଇ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜଣାପଡ଼ିଛି।ସରକାରୀ ଆଇଟିଆଇ ରେ ପଢୁଥିବା ଛାତ୍ରଛାତ୍ରୀ ମାସିକ ୧୨୫ ଟଙ୍କା ହଷ୍ଟେଲ ଫି’ ଦେଇଥାନ୍ତି। ତେଣୁ ଛାତ୍ରଛାତ୍ରୀ ୯ ମାସରେ  ୧,୧୨୫ ଟଙ୍କା ହଷ୍ଟେଲ ଫି’  ବାବଦରେ ଛାଡ୍‌ ପାଇବେ।

LEAVE A REPLY

Please enter your comment!
Please enter your name here