ବ୍ରହ୍ମପୁର,୧୧/୦୨/୨୦୨୧: ବହୁ ପ୍ରତିକ୍ଷିତ ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ଆଜି ଅନୁଷ୍ଠିତ ହୋଇଅଛି । ପ୍ରଶାସନିକ ଓ ପୋଲିସର ଦୃଢ଼ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଟିତ ଏହି ଉପନିର୍ବାଚନରେ ମତଦାନ ହାର ଆଶାନୁରୂପ ହୋଇନଥିବା ଦେଖିବାକୁ ମିଳିଛି । ୭ ଗୋଟି ଗ୍ରାମର ୧୮ ଗୋଟି ୱାର୍ଡ ଏବଂ ୭୬୬୭ ମତଦାତାଙ୍କ ପାଇଁ ଅନୁଷ୍ଟିତ ଏହି ନିର୍ବାଚନରେ ମାତ୍ର ୫୩ ପ୍ରତିଶତ ମତଦାନ ହୋଇଥିବାରୁ ମତଦାନକୁ ନେଇ ଭୋଟରଙ୍କୁ ନିରୁତ୍ସାହିତ କରାଯାଇଥିବା ଲକ୍ଷ କରାଯାଇଅଛି । ଚଳିତ ଅସମୟରେ ଉପନିର୍ବାଚନ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନି ପ୍ରମୁଖ ରାଜନେତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏବଂ ତିନି ପ୍ରମୁଖ ମହିଳା ପ୍ରତିଦ୍ବନ୍ଦିତା କରୁଥିବା ଦୃଷ୍ଟିରୁ ମାତ୍ର ୧୮୨୪ ପୁରୁଷ ଓ ୨୨୬୮ ମହିଳା ମତଦାନ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କୁ ନିରାଶ କରିଥିବା ଲକ୍ଷ କରାଯାଇଅଛି । ଚଳିତ ମତଦାନ ହାର ପଞ୍ଚାୟତର ପୂର୍ବ ମତଦାନ ହାରଠାରୁ ଯଥେଷ୍ଟ କମ୍ ହୋଇଥିବାରୁ ନିର୍ବାଚନ ପରିଚାଳନା ନେଇ ପୋଲିସ୍ ଓ ପ୍ରଶାସନର ମାତ୍ରାଧିକ ପଦକ୍ଷେପ , ବୁଥୱାରି ପୋଲିସ୍ ପଇଁତରା ସହ ଅତ୍ୟଧିକ ପୋଲିସ୍ ଛାଉଣୀକୁ ନେଇ ଭୋଟର ଅଯଥା ଆଶ୍ଚମ୍ବିତ ହୋଇଥିବା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ବ୍ଲକ ନିର୍ବାଚନ ଅଧିକାରୀ ତଥା ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସ୍ଵତନ୍ତ୍ର ଗୋଟି ଚାଳନାରେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମତଦାନ ପାଇଁ ପଞ୍ଚାୟତରେ ଏ ଏସ ପି ଅଶୋକ କୁମାର ମହାନ୍ତି , ଆସିକା ପୋଲିସ୍ ଉପଖଣ୍ଡ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଦାନ , ଶେରଗଡ଼ ଥାନା ଅଧିକାରୀ ରମେଶ କୁମାର ଦାସଙ୍କ ସମେତ ପାଟପୁର ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ ଏବଂ ଶତାଧିକ ଓ ଏସ ଏପି ଫୋର୍ସ ପଞ୍ଚାୟତରେ ମୁତୟନରେ ଶାନ୍ତିପୂର୍ଣ୍ଣ ମତ ଗ୍ରହଣ କରାଯାଇଅଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ସାନଖେମୁଣ୍ଡି ତହସିଲଦାର ଡ ଶ୍ରୀନିବାସ ବେହେରା , ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଉପନିର୍ବାଚନ ଭୋଟଗ୍ରହଣ କେନ୍ଦ୍ର ଅନୁଧ୍ୟାନ କରି ସ୍ଥିତି ଆକଳନ କରିଛନ୍ତି । ପରନ୍ତୁ ଫ୍ଲାଗ ମାର୍ଚ୍ଚ ସଦୃଶ୍ୟ ବୁଥ ଶୃଙ୍ଖଳା ରକ୍ଷା ସହ ଆସନ୍ନ ଆଇନ ଶୃଙ୍ଖଳା ବିଗିଡିବା ସ୍ଥିତିକୁ ନେଇ ବହୁ ଭୋଟର ଏଭଳି ସ୍ଥିତିରେ ମତଦାନ କରିବାକୁ ଇଚ୍ଛାପ୍ରକାଶ କରିନଥିବା ଦର୍ଶାଇଛନ୍ତି ।ଅନୁରୂପ ଭାବରେ ଉପନିର୍ବାଚନ ଫଳାଫଳ ନେଇ ଚାପରେ ଥିବା ପ୍ରଶାସନ ନିର୍ଦ୍ଧିଷ୍ଟ ଦଳକୁ ସହାୟତା କରିବାକୁ ଯାଇ ବୁଥ ପରିସରରେ ଅସଂଖ୍ୟ ପୋଲିସ୍ ମୁତୟନ କରି ମତଦାନ ସ୍ଥିତିକୁ ଜଟିଳ କରିଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଅଛି । ଆଜିର ନିର୍ବାଚନ ଶୃଙ୍ଖଳାର ସହ ଆୟୋଜିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୧୨ ଘଣ୍ଟା ଯାଏଁ ଚାଲିଥିଲା । ମତଦାନ ପରେ ପୋଲିସ ବଳଙ୍କ ଦ୍ଵାରା ସୁରକ୍ଷାର ସହିତ ବାଲଟ ବାକ୍ସ ଗୁଡ଼ିକୁ ସାନଖେମୁଣ୍ଡି ବ୍ଲକ୍ ନିର୍ବାଚନୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଅଛି । ଆସନ୍ତା କାଲି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ସହ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଅଙ୍କକଷା ଚାଲିଥିବା ଜଣା ଯାଇଅଛି ।
Home ବ୍ରହ୍ମପୁର ସ୍ପେଶାଳ ସରିଲା ବହୁ ପ୍ରତୀକ୍ଷିତ ପାଇକ ରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ । ମାତ୍ରାଧିକ ପୋଲିସ କଟକଣା ଯୋଗୁଁ...