ଶେଷରେ ଜେଲରୁ ମୁକୁଳିଲେ ଆତ୍ମଘୋଷିତ ସାରଥୀ ବାବା ଓରଫ ସନ୍ତୋଷ ରାଉଳ

0
467

ବହୁ ଚର୍ଚ୍ଚିତ ସାରଥି ବାବା ଓରଫ ସନ୍ତୋଷ ରାଉଳ ଆଜି ଜେଲରୁ ମୁକୁଳିଛନ୍ତି। ଆଜି ସାରଥିଙ୍କ ଜାମିନ ନେଇ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ଅନୁମତି ମିଳିଛି । ଦୁଇ ଦିନ ପୂର୍ବରୁ ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ହାଇକୋର୍ଟରେ ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର ହେବା ପରେ ତାକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟକୁ ଜାମିନ କାଗଜପତ୍ର ପାଇଁ ପଠାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାରଥିଙ୍କ ଓକିଲ କେନ୍ଦ୍ରାପଡ଼ା କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ । ଆଜି ସେଠାରେ ଆତ୍ମଘୋଷିତ ସାରଥିଙ୍କ ଜାମିନ ପାଇଁ ଅନୁମତି ମିଳିଛି । 2 ଜଣ ଜାମିନଦାରଙ୍କ ଦ୍ୱାରା ହାଇକୋର୍ଟଙ୍କ ସର୍ତ୍ତପୂରଣ କରିବା ପରେ ସାରଥି ଜେଲରୁ ବାହାରିଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ସାରଥି ଅଥବା ସନ୍ତୋଷ ରାଉଳ ସହର ବାହାରକୁ ଯାଇପାରିବେ ନାହିଁ । ଏହା ସହ ବିନା ଅନୁମତିରେ ସେ କୈାଣସି ସଭାସମିତି କରିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ସର୍ତ୍ତ ରହିଛି ।

LEAVE A REPLY

Please enter your comment!
Please enter your name here