ଅଙ୍ଗନବାଡିକର୍ମୀ ଙ୍କ ବୈଠକ

0
196

ଶେରଗଡ,୧୪/୦୨/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶ୍ଯାମଳାଇ ନାରାୟଣ ଭବନରେ ଅଲ୍ ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ବୈଠକ ଶେରଗଡ ବ୍ଲକ ତଥା ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରଞ୍ଜିତା ରଥ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଆସନ୍ତା ୧୮ତାରିଖ ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଜରିଆରେ ଭାରତ ପ୍ରଧାନମନ୍ତ୍ରୀ ଓ ଓଡିଶା ମୂଖ୍ୟମନ୍ତ୍ରୀ ଙ୍କୁ ଅଙ୍ଗନବାଡି କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଦାବି ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏତତ୍‌ବ୍ଯତୀତ ବିଭିନ୍ନ ବ୍ଲକ ର ଅଙ୍ଗନବାଡିକର୍ମୀ ଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସଂପର୍କରେ ଏବଂ ରାଜ୍ୟ ସମ୍ମିଳନୀ କରିବା ସଂପର୍କରେ ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏଥିରେ ରାଜ୍ୟ ସାଧାରଣରେ ସଂପାଦକ ସୁମିତା ମହାପାତ୍ର, ସଂପାଦିକା ଅମିତା ସାହୁ, ଗଞ୍ଜାମ ଜିଲ୍ଲା ସଂପାଦିକା ମଞ୍ଜୁବାଳା ପାଣିଗ୍ରାହି,ସହସଂପାଦିକା ପ୍ରତିମା କୁମାରୀ ଦେବୀ,ଲିଙ୍ଗରାଜ ସାହୁ, ବି ଏମ ଏସ ରାଜ୍ୟ ସଂପାଦକ, ସାନଖେମୁଣ୍ଡି ବ୍ଳକ ଉପଦେଷ୍ଟା ପ୍ରସାଦ ଦୋରା ଓ ସାଧୁଚରଣ ନାହାକ ଅତିଥି ଭାବେ ଯୋଗଦେଇ ଥିଲେ । ସାନଖେମୁଣ୍ଡି,ବ୍ରହ୍ମପୁର, ବୁଗୁଡା,ବେଲଗୁଣ୍ଠା ହିଞ୍ଜଳିକାଟୁ, ଛତ୍ରପୁର,ଶେରଗଡ,ପାତ୍ରପୁର,ଜଗନ୍ନାଥ ପ୍ରସାଦ ଓ ସୋରଡା ବ୍ଳକ ଏସୋସିଏସନ ର ସଭାନେତ୍ରୀ ଓ ସଂପାଦିକା ମାନେଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here