କବାଡି ଖେଳରେ ଓଡିଶା ଦଳ ଚମ୍ପିୟାନ ,କେ.ଲକ୍ଷ୍ମୀନାରାୟଣ ରେଡ୍ଡୀ ଙ୍କ ସଫଳତା

0
20

ଚିକିଟି, ୨୫/୦୨/୨୦୨୧( ବ୍ୟୁରୋ ରିପୋର୍ଟ):ଜାତୀୟ ସ୍କୁଲ କବାଡି ଖେଳ ଫେଡେରେସନ ଅଫ ଇଣ୍ଡିଆ ଉତ୍ତର ପ୍ରଦେଶ ଗତ ତା ୨୧ ଠାରୁ ୨୩ ପର୍ଯ୍ୟନ୍ତ ମଥୁରା ଠାରେ ଆୟୋଜିତ କବାଡି ଖେଳରେ ଓଡିଶା ଦଳ ଚମ୍ପିୟାନ ହୋଇଥିଲା। ଉତ୍ତର ପ୍ରଦେଶ ଓ ଓଡିଶା ମଧ୍ୟରେ ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା, ଲଗାତାର ତିନୋଟି ମ୍ୟାଚ ଜିତି ବିଜୟୀ ହୋଇଥିଲେ। ଏଥିରେ ଓଡିଶା ତରଫରୁ ତଥା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋରଳ ଗ୍ରାମର ଜଣେ ଛାତ୍ର ଅଂଶ ଗ୍ରହଣ କରିଥିଲେ।କେ.ଲକ୍ଷ୍ମୀନାରାୟଣ ରେଡ୍ଡୀ ,ବାପା ବିଜୟ ରେଡ୍ଡୀ ପେଶାରେ ଜଣେ ଅଟୋ ଚାଳକ।ପିଲାଟି ଦିନରୁ ଖେଳ ପ୍ରତି ଦୁର୍ବଳତା ରହିଥିଲା।ଆସ୍କା ଆଇ ଟି ଆଇ ର ଛାତ୍ର ବେଷ୍ଟ ରାଇଡ଼ର ଏବଂ ବେଷ୍ଟ କେଚର ଭାବେ ସିଲଡ଼ ପାଇଛନ୍ତି।ଜାତୀୟ ସ୍ତରରେ କବାଡି ଖେଳରେ ସିଲଡ଼ ପାଇଥିବାରୁ ସୋରଳ ଗ୍ରାମର ଆଖ ପାଖ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।ଆଜି ଲକ୍ଷ୍ମୀନାରାୟଣ ସ୍ୱଗୃହକୁ ପ୍ରତ୍ୟାବର୍ତନ ପରେ ଅଗ୍ରଣୀ ପବ୍ଲିକ ରାଇଟ୍ସ ଅନୁଷ୍ଠାନ ପକ୍ଷରୁ ଉପ-ସଭାପତି ପ୍ରିୟରଞ୍ଜନ ବେହେରା ନେତୃତ୍ୱରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନକରାଯାଇଥିଲା ଏହାସହ ସାଙ୍ଗ ସାଥି ମାନେ ଶୁଭେଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here