ବିଶିଷ୍ଟ ଭଞ୍ଜ ଗବେଷକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ସମ୍ବର୍ଦ୍ଧିତ ।

0
155

ବୁଗୁଡ଼ା,୨୭/୦୨/୨୦୨୧: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ଖରିଡା ବରାହ୍ ଚନ୍ଦିନୀ ପୀଠରେ ଗଞ୍ଜାମ ଜିଲ୍ଲାର ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ୯୬ତମ ସାହିତ୍ୟ ଆଲୋଚନା, କବିତା ଆସର ଓ ସମ୍ବର୍ଦ୍ଧନା ସଭା ପ୍ରତିଷ୍ଠାନର ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର ସୁବାସ ଚନ୍ଦ୍ର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ବାରୁଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଘୁମୁସର ଐତିହ୍ୟର ସୃତି ଚାରଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ, କବି ଅନନ୍ତ କର, ଶୁଖେନ୍ଦୁ କୁମାର ଦାସ, ଶୁଳପାଣି ଶତପଥୀ, ବିଶ୍ବକ୍ ସେନ୍ ଆଚାର୍ଯ୍ୟ, ଗୀତାଞ୍ଜଳି ଆଚାର୍ଯ୍ୟ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ପ୍ରମୁଖ ଯୋଗଦେଇ ଖରିଡାର ଐତିହାସିକ ମୃଣୟମନ୍ଦିର ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରଫେସର ତଥା ବିଶିଷ୍ଟ ଭଞ୍ଜ ସାହିତ୍ୟ ଗବେଷକ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କୁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା । ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ଅସୁସ୍ଥତା କାରଣରୁ ତାଙ୍କ ପୁତ୍ର ବିଶ୍ବକ୍ ଓ କନ୍ୟା ଗୀତାଞ୍ଜଳି ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ଗହଣ କରିଥିଲେ। ଶଂଖ ନାଦ ସହ ମୃଦଙ୍ଗ ଓ ଗିନୀ ବାଜା ଏବଂ ହୁଳହୁଳି ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ପ୍ରଫେସର ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ତାଙ୍କ ପ୍ରତିନିଧିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ଏହି ଅବସରରେ ଡକ୍ଟର ବ୍ରଜକିଶୋର ପାଢ଼ୀଙ୍କ ମୃଣୟ ମନ୍ଦିର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ କବିତା ଆସରରେ ୫୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ନିଜର କବିତା ପରିବେଷଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରତିଷ୍ଠାନର ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here