ବ୍ରହ୍ମପୁର, ୦୩/୦୩/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ର ମାଁ ବୁଢୀ ଠାକୁରାଣୀ ମନ୍ଦିର ର ଉନ୍ନତି ସକାଶେ ସ୍ବତନ୍ତ୍ର ପ୍ୟାକେଜ୍ ଦାବୀ କରି ଆଜି ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହ ମୂଖ୍ଯମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ରେ ଅନ୍ୟାନ୍ୟ ମନ୍ଦିର ଗୁଡିକ ଯେଉଁ ଭଳି ସ୍ବତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରାଯାଇଛି, ସେହିପରି ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ମନ୍ଦିର ଉନ୍ନତି ସକାଶେ ରାଜ୍ୟ ସରକାର ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା, ମନ୍ଦିର ବିକାଶ ଓ ସୁପରିଚାଳନା ପାଇଁ ମାଁ ତାରାତାରିଣୀ ମନ୍ଦିର ଢାଂଚାରେ ଏକ ପରିଚାଳନା କମିଟି ଗଠନ ସହ ଯାବତୀୟ ବ୍ୟବସ୍ଥା ସରକାରୀ ସ୍ତରରେ ଗ୍ରହଣ କରିବା, ଜିଲ୍ଲା ବାହାର ରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଶ୍ରାମ ଘର ତଥା ଶୌଚାଳୟ ଓ ପାନୀୟ ବ୍ୟବସ୍ଥା କରାଯିବା, ମନ୍ଦିରର ପୁନଃଉଦ୍ଧାର ସହ ପାରିପାର୍ଶ୍ୱିକ ଭିତ୍ତିଭୂମି ବିକାଶ କରାଯିବା, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ କରାଯିବା ଦାବୀ ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥି ରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, କାହ୍ନୁଚରଣ ପତି, ରାମ ପାତ୍ର, ନିରଞ୍ଜନ ପାଣିଗ୍ରାହୀ,ମହନ୍ତ ଚିନ୍ମୟାନନ୍ଦ, ବିଜୟ ପଣ୍ଡା, ପ୍ରଭାତ କିରଣ ଷଡଙ୍ଗୀ, ଏସ.ରାଣୀ, ଗଙ୍ଗାଧର ଶତପଥୀ, ସିର୍ଦ୍ଧାର୍ଥ ଗଙ୍ଗଦେବ, ଶିବ ଅଧିକାରୀ, କମଳ କୁମାର ପାତ୍ର ପ୍ରମୂଖ ବିକ୍ଷୋଭ ପ୍ରଦର୍ଶନ ରେ ଯୋଗ ଦେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ର ମାଁ ବୁଢୀ ଠାକୁରାଣୀ ମନ୍ଦିର ର ଉନ୍ନତି ସକାଶେ ସ୍ବତନ୍ତ୍ର ପ୍ୟାକେଜ୍ ଦାବୀ...