ବ୍ରହ୍ମପୁର,୨୧/୦୩/୨୦୨୧:
ଦକ୍ଷିଣ ଓଡ଼ିଶା ତଥା ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଇଷ୍ଟଦେବୀଙ୍କ ପୀଠ ଭାବେ ପ୍ରସିଦ୍ଧି ଥିବା ଗଞ୍ଜାମ ଦିଗପହଣ୍ଡି ତାଲୁକା ବଡ଼ ଡୁମ୍ବୁଳା ସ୍ଥିତ ବନ ପର୍ବତ ଘେରା ଅଧିଷ୍ଠିତ ପୀଠ ମା ‘ ବାଙ୍କେଶ୍ଵରୀଙ୍କ ବାର୍ଷିକ ଚୈତ୍ର ଯାତ୍ରାକୁ ନେଇ ସମ୍ପ୍ରତି ଅସ୍ଵସ୍ଥିକର ଖବର ରହିଅଛି । ମିଳିଥିବା ସୂଚନା ତଥା ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକରେ ବାର୍ଷିକ ଯାତ୍ରାପାଇଁ ସମ୍ମତି ପ୍ରକାଶ ପାଇଥିବା ବେଳେ କରୋନାର ଦ୍ଵିତୀୟ ଲହର ଏବଂ ପ୍ରଶାସନିକ କଟକଣାକୁ କଡାକଡି ଭାବରେ ପାଳନ ସହ ଯାତ୍ରା ପରିଚାଳନା କରାଇବାକୁ ମିଳିତ ବୈଠକରେ ନିଷ୍ପତି ଗୃହୀତ ହୋଇଅଛି ।ଏହି କ୍ରମରେ ଆଜି ବଡ ଡୁମ୍ବୁଳା ସ୍ଥିତ ମା ‘ ବାଙ୍କେସ୍ୱରୀଙ୍କ ପୀଠରେ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀ ଆଦିତ୍ୟ କୁମାର ସ୍ୱାଇଁ , ଅତିରିକ୍ତ ତହସିଲଦାର ଶ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଯାତ୍ରା ଆୟୋଜନ ସଂକ୍ରାନ୍ତୀୟ ବିଧିବ୍ୟବସ୍ଥା , ଜନ ସମାଗମ , ମୁଣ୍ଡନ ବ୍ୟବସ୍ଥା ତଥା ମାନସିକ କାର୍ଯ୍ୟାବଳୀକୁ ନେଇ କରୋନା କଟକଣା ସହିତ ପାଳନ କରାଯିବାକୁ ସମ୍ମତି ପ୍ରକାଶ ପାଇଅଛି ।
ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ହରି ସେବକ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ସଂଜୀବ ରେଡ୍ଡୀ , ସମ୍ପାଦକ ଉପେନ୍ଦ୍ର ପ୍ରଧାନ , କୋଷାଧକ୍ଷ ସୁଦାମ ଦୋରା , ପଦ୍ମନାଭପୁର ସରପଞ୍ଚ ବି, କୃଷ୍ଣରାଓ ସୁବୁଦ୍ଧି , ପୂର୍ବତନ ସମିତି ସଭ୍ୟ ରମେଶ ପାଢୀ , ସଭ୍ୟ ବଳରାମ ପ୍ରଧାନ , ଭୀମସେନ ପ୍ରଧାନ , ପ୍ରମାଦ ନାଇକ , ମାଧବ ବେହେରା ଏବଂ ପ୍ରମୁଖ ସଭ୍ୟଙ୍କ ସମେତ ମନ୍ଦିର ପୂଜାରୀ ସମୂହଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ଯାତ୍ରା ପରିଚାଳନା ନେଇ ଆଲୋଚନା କରାଯାଇଥିଲା । କୋରାନା ଦ୍ୱିତୀୟ ଲହରୀ ଏବଂ ପ୍ରଶାସନ କଟକଣାକୁ ଆଖି ଆଗରେ ରଖି ଯାତ୍ରା କରିବାକୁ ନିଷ୍ପତି ସହ ବିନା ମାସ୍କରେ ମନ୍ଦିର ପ୍ରବେଶକୁ କଡାକଡି ଭାବରେ ବାରଣ କରାଯିବା , କମିଟି ପକ୍ଷରୁ କରାଯାଇଥିବା ବାରୀକେଡ ବ୍ୟବସ୍ଥାରେ ଶୃଙ୍ଖଳିତ ଧାଡିରେ ଦର୍ଶନ କରିବା , ସମସ୍ତ ବର୍ଗଙ୍କ ପାଇଁ ଏକ ପ୍ରକାର ଟିକେଟ ବ୍ୟବସ୍ଥାରେ ଧାର୍ଯ୍ୟମୁଲ୍ୟ 20ଟଙ୍କା . ଚଳିତ ବର୍ଷର ଯାତ୍ରା ଉତ୍ସବ ପାଳନରେ ଦୋକାନ ବଜ଼ାରକୁ ସମ୍ପୂର୍ଣ୍ଣ ନିଷେଧାଦେଶ କରାଯିବା , ମନ୍ଦିର ପକ୍ଷରୁ ପ୍ରସାଦ ବିକ୍ରିକୁ ସମ୍ପୂର୍ଣ ବରଣ ସହ ବରିଷ୍ଠ ନାଗରିକ ଏବଂ ୧୦ବର୍ଷରୁ କମ ଶିଶୁ ମାନଙ୍କୁ ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ବାରଣ . ସାମାଜିକ ଦୂରତା , ସାନିଟାଇଜର ବ୍ୟବସ୍ତା ବାଧ୍ୟତା ମୂଳକ ଆଦି ଗୁରୁତ୍ୱପୂର୍ଣ୍ଣ ନିୟମକୁ ସମସ୍ତେ ମାନି ଯାତ୍ରା ପରିଚାଳନାକୁ ଗୁରୁତ୍ୱାରୋପ କରାଯାଇଅଛି । ପ୍ରଚଳିତ ବ୍ୟବସ୍ଥାକୁ ଅବମାନନାରେ ଭକ୍ତଙ୍କୁ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦଣ୍ଡ ବ୍ୟବସ୍ଥା ସହିତ ବାର୍ଷିକ ଯାତ୍ରା ସମ୍ପନ୍ନ କରାଯିବାକୁ ମିଳିତ ନିଷ୍ପତି ନିଆଯାଇଥିବା ବୈଠକ ଆଲୋଚନାରେ ନିଷ୍ପତି ହୋଇଥିବା ସୂଚିତ କରାଯାଇଅଛି ।