ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0
395

ଭୁବନେଶ୍ୱର, ୨୨/୦୩/୨୦୨୧: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୯ଟି ହେଉଛି ଲୋକାଲ୍ କେସ୍‌।୧୯ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି କଟକ। ଏହି ଜିଲ୍ଲାରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ସେପରି ଅନୁଗୋଳ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪, ବରଗଡ଼ରୁ ୩, ବଲାଙ୍ଗିରରୁ ୯, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩, ଯାଜପୁରରୁ ୪, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ଜଣେ, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୧୨, ପୁରୀରୁ ୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୮ ଜଣ ଚିହ୍ନଟ ହୋଇଛନ୍ତି।୧୪୬ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୬୩ରେ ପହଞ୍ଚଛି। ସେମାନଙ୍କ ମଧ୍ୟରୁ ୩,୩୬,୧୨୪ ଜଣ ସୁସ୍ଥ ହୋଇସାରିଛନ୍ତି। ୮୬୭ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।

Covid-19 Report For 21st March

New Positives Cases: 146
In quarantine: 87
Local contacts: 59

(Details of local contacts will be shared by concerned District Administration)

District Wise Cases:

1. Angul: 3
2. Balasore: 4
3. Bargarh: 3
4. Balangir: 9
5. Cuttack: 25
6. Ganjam: 5
7. Jagatsinghpur: 3
8. Jajpur: 4
9. Jharsuguda: 1
10. Kalahandi: 2
11. Kendrapada: 1
12. Khurda: 35
13. Mayurbhanj: 13
14. Nawarangpur: 1
15. Nuapada: 12
16. Puri: 2
17. Rayagada: 2
18. Sambalpur: 1
19. Sundargarh: 12
20. State Pool: 8

New recoveries: 58
Cumulative tested: 8814159
Positive: 338963
Recovered: 336124
Active cases: 867

LEAVE A REPLY

Please enter your comment!
Please enter your name here