ଶହୀଦ ଭଗତ ସିଂ ଙ୍କ ୯୦ ତମ ଫାସୀ ଦିବସ ପାଳିତ।ଛାତ୍ର-ଯୁବକ ଶିକ୍ଷା ଓ ନିଯୁକ୍ତି ପାଇଁ ଏକ ହେବା ପାଇଁ ଆହ୍ୱାନ।

0
396

ବ୍ରହ୍ମପୁର,୨୪/୦୩/୨୦୨୧:ଗତକାଲି ଏସଏଫଆଇ, ଡିଓ୍ବାଇଏଫଆଇ ଓ Bwecc ପକ୍ଷରୁ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଭଗତ ସିଂ, ରାଜଗୁରୁ ଓ ସୁକଦେବଙ୍କ ୯୦ ତମ ଫାସୀ ଦିବସ ପାଳିତ ହୋଇଯାଇଛି ।ଏଥିରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ବିଜୟ ବହିଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଗତ ସିଂଙ୍କୁ ଜଣେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ମୁକ୍ତି ଯୋଦ୍ଧା ଓ ସମାଜବାଦୀ ଚିନ୍ତା ନାୟକ ବୋଲି ବର୍ଣ୍ଣନା କରିଥିଲେ।ସେ କେବଳ ବିଦେଶୀ ମୁକ୍ତ ଭାରତ ନୁହେଁ ଏକ ଶୋଷଣ ମୁକ୍ତ ଭାରତ ପାଇଁ ସ୍ବପ୍ନ ଦେଖିଥିଲେ ବୋଲି ଉଲ୍ଲେଖ କାରିଥିଲେ।ଆଜିର ଛାତ୍ର ଯୁବକ ପ୍ରଚାରରେ ବିଭାନ୍ତି ନ ହୋଇ ଶିକ୍ଷା ଓ ନିଯୁକ୍ତି ପାଇଁ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବୀମା କର୍ମଚାରୀ ନେତା ସନ୍ତୋଷ ରଥ ,ବ୍ୟାଙ୍କ କର୍ମଚାରୀ ନେତା ସୁନେଜ ପାଣିଗ୍ରାହୀ,ରାଜ୍ୟ ସରକାରୀ କର୍ମଚାରୀ ନେତା ପ୍ରଦୀପ ସିଂ, ଡିଓ୍ବାଇଏଫଆଇ ନେତା ଅଜିତ ପାଣିଗ୍ରାହୀ, ଏସଏଫଆଇ ନେତା ସତ୍ୟନାରାୟଣ ନାୟକ ଓ ବିଶ୍ୱ ଜିତ ନାହାକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here