କୃଷକ କଳା ଆଇନ କୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ ଯାତ୍ରା ରେ ବନ୍ଦ ପାଳନ

0
502

ବ୍ରହ୍ମପୁର,୨୬/୦୩/୨୦୨୧:କୃଷକ କଳା ଆଇନ କୁ ବିରୋଧ କରି ଜାତୀୟ କୃଷକ ସଂଘ ଡାକରା କୁ ଜାତୀୟ କଂଗ୍ରେସ ସମର୍ଥନ ଦିଆଯାଇଛି । ଏହି ସମର୍ଥନ କୁ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଶଗଡ଼ ଯାତ୍ରା ରେ ବୁଲି ବୁଲି ବ୍ରହ୍ମପୁର ସହର ରେ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଥିଲା।କଂଗ୍ରେସ ଭବନରୁ ଦଳୀୟ କର୍ମୀ ଶୋଭାଯାତ୍ରା ରେ ବାହାରି ଗାନ୍ଧୀ ନଗର, ପୁରୁଣା ବସଷ୍ଟାଣ୍ଡ,ହରଡିଖଣ୍ଡି ଛକ, ତୁଳସୀନଗର,ଗେଟ ବଜାର,କମାପଲି ଛକ, ସୁବରାଓ, ରେଳ ଷ୍ଟେସନ ରୋଡ଼ ଶେଷ ହୋଇଥିଲା ।ଏଥିରେ ମହାନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ,କୃଷକ ସେଲ ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା,ଦେବାଶିଷ ମହାନ୍ତି,ଏସ.ଦଣ୍ଡପାଣି ପାତ୍ର,ସୁଜିତ୍ କୁମାର୍ ଦାସ,ବିକାଶ ନାୟକ,ଦୋତାୟତ ବେହେରା,ଅତିସ୍ ଦଳାଇ,ଭିକି ନାୟକ,ଜିତୁ ଘଡେ଼ଇ,ଦେବବ୍ରତ ପାଢ଼ୀ,ଭାସ୍କର ନାୟକ,ସିଦ୍ଧାର୍ଥ ଗୌଡ଼,ସରୋଜ ନାୟକ,ସମ୍ବି ରାଉତ, ଡି. ତ୍ରିପତି ପାତ୍ର,ପ୍ରଶାନ୍ତ ଆନ୍ନଲ, ଭବାନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here