ବ୍ରହ୍ମପୁର, ୨୮/୦୩/୨୦୨୧:ଗଞ୍ଜାମ ଜିଲ୍ଲା ସାମୁଦ୍ରିକ ଥାନା ସୁନପୁର ଅନ୍ତର୍ଗତ ଅନନ୍ତରାୟପୁର ଗ୍ରାମ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର କୁ ମାଛବୋଝେଇ କଣ୍ଟେନର ଧକ୍କାରେ ଦୁଇ ମୃତ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି।ଘଟଣା ସମ୍ପର୍କରେ ସୂଚନା ମିଳିଛି ୨୭ରାତ୍ର ୧୨ଟା୫୦ମିନିଟ ବେଳେ ତାମିଲନାଡୁର ଏକ ମାଛ ବୋଝେଇ କଣ୍ଟେନର ଯାହାର ନଂ (ଟିଏନ-୮୮-୨୧୨୭)ଟି ମାଛ ନେବାପାଇଁ ସୁନପୁର ନିକଟକୁ ଆସୁଥିବା ବେଳେ ଆଗକୁ ଆସି ମେଇନ ରାସ୍ତା ଠାରୁ ମାଟି ରାସ୍ତାକୁ ପଛାଉ ଥିବା ସମୟରେ ଅନନ୍ତରାୟ ପୁର ନିକଟରେ ଥିବା ଟ୍ରାନ୍ସଫର୍ମର କୁ ଧକ୍କା ଦେଇଥିଲା । ଫଳରେ କଣ୍ଟେନର ଟିକୁ ବିଦ୍ୟୁତ ସରବରାହ ହୋଇ ଡ୍ରାଇଭର ତନସିଲ ନାଥନ ସୁବ୍ରମଣୀ (୪୫)
ଓ ଭିତରେ ବସି ଥିବା ସୁପ୍ରଭାଇଜର ମର୍ଦ୍ଧନ କୁମାର(୪୦)ବିଦ୍ୟୁତ ଆଘାତ ଲାଗି ଘଟଣା ସ୍ଥଳରେ ମୁତ୍ଯୁ ଘଟିଥିଲା।ଗାଡିର ହେଲପର ଲେନିନ ପଛକୁ ଓଲ୍ହାଇ ଗାଡିକୁ ହାତମାରି ଦେଖିବା ବେଳେ ହେଲପର ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା ଫଳରେ ହାତଗୋଡ଼ ପୋଡ଼ି ଯାଇ ଏମକେସିଜି ଭର୍ତ୍ତି ହୋଇଥିବା ଜଣା ପଡ଼ିଛି।ଘଟଣା ସ୍ଥଳରେ ଜାଗପୁର ବିଦ୍ୟୁତ ସବ ଷ୍ଟେସନ ଯନ୍ତ୍ରୀ ନନ୍ଦକିଶୋର ଦାଶ ଏନେଇ ଏକ ଏତଲା ଦେଇଛନ୍ତି।ସାମୁଦ୍ରିକ ଥାନା ଅଧିକାରୀ ରାମକୁମାର ମୁର୍ମୁ ପହଞ୍ଚି ବିଦ୍ୟୁତ ବିଭାଗ କୁ ଜଣାଇ ବା ସହ କଣ୍ଟେନରକୁ ଜବତକରି ଶବ ବ୍ୟବଚ୍ଛେଦ ପାଇଁ ଏମକେସିଜି ପଠାଇ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ କହିଛନ୍ତି।

Home ବ୍ରହ୍ମପୁର ସ୍ପେଶାଳ ବିଦ୍ଯୁତ ଟ୍ରାନ୍ସଫର୍ମର କୁ ଧକ୍କା ଦେଲା କଣ୍ଟେନର। ଟ୍ରାନ୍ସଫର୍ମର ର ବିଦ୍ୟୁତ ଲାଗି ଦୁଇ ମୃତ,...





