ବାଇକ ଦୁର୍ଘଟଣାରେ ଭାଗବତ ଙ୍କ ମୃତ

0
230

ବ୍ରହ୍ମପୁର,୨୯/୦୩/୨୦୨୧: ଆଜି ପବିତ୍ର ହୋଲିରେ ସମସ୍ତେ ଘରେ ରହି ଖୁସିର ସହ ଏହାକୁ ପାଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ବୁରୁଝୁରୀ ଗ୍ରାମର ଭାଗବତ ପଢ଼ିଆଳି(୫୬) ନାମକ ଜଣେ ବ୍ୟକ୍ତି କୌଣସି କାମରେ ନିଜ ଗ୍ରାମରୁ କଞ୍ଚଣା ଅଭିମୁଖେ ଆସୁଥିବା ସମୟରେ ବେଗୁନିଆପଡା ଠାରୁ ମାତ୍ର ୬୦୦ ମିଟର ଦୂରରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ଆହତ ହୋଇଥିଲେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିବା ବାଟରେ ହିଁ ପ୍ରାଣବାୟୁ ଉଡିଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଂଜନ ବେହେରା ପହଁଚି ତଦନ୍ତ ଚଳାଇବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here