ବ୍ରହ୍ମପୁର,୨୧/୦୪/୨୦୨୧:ବଡ଼ିଆ ଉସ୍ତା ଦିବ୍ୟ ଜୀବନ ସଙ୍ଘ ରେ ସ୍ଵାମୀ ରାମଦାସ ନନ୍ଦ ଙ୍କ ଅଧ୍ୟକ୍ଷତାରେ ସାରା ବିଶ୍ଵର କଲ୍ୟାଣ ପାଇଁ ଏବଂ କରୋନା ଭାଇରସ ର ବିଲୋପ ପାଇଁ ଶ୍ରୀ ରାମ ନବମୀ ପାଳନ ଅବସରରେ ଲକ୍ଷେ ଅର୍ଚନ ଓ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା। କାର୍ଯ୍ୟକ୍ରମ ମଧ୍ୟ ରେ ବ୍ରାହ୍ମମୁହୁର୍ତ୍ତ ଗୁରୁପାଦ ପୂଜା ବିଷ୍ଣୁ ଶହସ୍ର ନାମ ପାଠ ଓ ଶ୍ରୀ ହନୁମାନ ଚାଳିଶା ପାଠ କରିବା ପୂର୍ବକ ଶ୍ରୀରାମ ଙ୍କ ଜନ୍ମ ପର୍ଯ୍ୟନ୍ତ ଶ୍ରୀରାମ ଚରିତ ମାନସ ସାମୁହିକ ପାରାୟଣ କରାଯାଇଥିଲା । ଅଳ୍ପ ସଂଖ୍ୟଙ୍କ ଭକ୍ତଙ୍କ ଗ୍ରହଣରେ କୋଭିଡ଼-୧୯ ର ସବୁ ନିୟମ ମାନି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସାଧୁବାଦ ଜଣାଇ ସନ୍ଧ୍ୟା ଆରତି ପରେ ଉଦ୍ଯାପନ କରାଯାଇଥିଲା।