ରାଜ୍ୟର ଗରିବ ଅସହାୟ ବୁଢ଼ା ବୁଢୀ ଙ୍କୁ ମହାମାରୀ କରୋନା ସଂକ୍ରମଣ କାଳରେ ସରକାର ସିଧାସଳଖ ସହାୟତା ପ୍ରଦାନ କରନ୍ତୁ:ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

0
303

ବ୍ରହ୍ମପୁର,୧୫/୦୫/୨୦୨୧: ବର୍ତ୍ତମାନ ସମୟର ମହାଭୟଙ୍କର ମହାମାରୀ କରୋନା ସଂକ୍ରମଣ ସମୟ ରେ ଗରିବ ଅସହାୟ ବୟସ୍କ ବ୍ୟକ୍ତି ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ କାଳାତିପାତ କରୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଏ ଅବସ୍ଥା
ଅତ୍ୟନ୍ତ କଷ୍ଟଦାୟକ ଓ ସମ୍ବେଦନଶୀଳ।ଦିନ ଦିନ
ଧରି ଭୋକ ଉପାସରେ ରହି ପର ହାତ ଟେକାକୁ ଚାହିଁ ରହିବାକୁ ହେଉଛି। ତତ୍ ସହିତ ସ୍ବାସ୍ଥ୍ୟ ସମସ୍ୟା ବହୁ ଯନ୍ତ୍ରଣା ଦାୟକ। ଏପରି ଦୁଃଖଦ ସମୟରେ ରାଜ୍ୟ ସରକାର କାଳିଆ ଯୋଜନା ରେ ଶହଶହ କୋଟି ଟଙ୍କା ବାଣ୍ଟି ଚାଷୀ ଙ୍କୁ ସାହାଯ୍ୟ କରିଛନ୍ତି ସେହିପରି ଅସହାୟ ବୟସ୍କ ବ୍ୟକ୍ତି ଙ୍କୁ ଦୈନିକ ଚଳନୀ ପାଇଁ ଖାଦ୍ୟ ସାମଗ୍ରୀ ସହ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଭିଡିଓ କନଫରେନ୍ସିଂ ବୈଠକ ଅବସରରେ ମତବ୍ୟକ୍ତ କରାଯାଇଛି। ସୁରକ୍ଷା ମଞ୍ଚ ର ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଅବସରପ୍ରାପ୍ତ ପଶୁ ଚିକିତ୍ସା ବିଜ୍ଞାନୀ ତଥା ସ୍ତମ୍ଭକାର ସମାଜସେବୀ ଡାକ୍ତର ବୃନ୍ଦାବନ ଚନ୍ଦ୍ର ପାଢ଼ୀ,ଦେଶ ତଥା ରାଜ୍ୟର ବିଶିଷ୍ଟ ହେତୁବାଦୀ ସଂଗଠନର ବିଶିଷ୍ଟ ପ୍ରବକ୍ତା ସଂସ୍କାରକ ଇଂ.ରାଜ ସୁରେଶ ଙ୍କ ଦେହାନ୍ତ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ସହ ଦିନକୁ ଦିନ ସାମ୍ବାଦିକ ଶିକ୍ଷକ ସାଧାରଣ ଜନତା ଙ୍କ କରୋନା ସଂକ୍ରମଣ ରେ ବିଶେଷ କରି ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ହେଉ ଥିବାରୁ ଘୋର ଉଦବେଗ ପ୍ରକାଶ କରାଯାଇ ଆତ୍ମା ର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା।
ବର୍ତ୍ତମାନ ଦେଖାଦେଇଥିବା ସଂକ୍ରମିତ ଙ୍କ ମୃତ୍ୟୁ ର କାରଣ ଶ୍ବାସ କ୍ରିୟା ପ୍ରଭାବିତ ଯୋଗୁଁ ହେଉଛି ତେଣୁ କେନ୍ଦ୍ର ତଥା ରାଜ୍ୟ ସରକାର ଏଥି ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଅସହାୟ ଲୋକ ଙ୍କୁ ସାହାଯ୍ୟ ତଥା ଦାହ ସଂସ୍କାର ପାଇଁ ସାହାଯ୍ୟ କରିବା କାର୍ଯ୍ୟରେ ଭୂୟସୀ ପ୍ରଶଂସା କରାଯାଇ ଧନ୍ୟବାଦ ଅର୍ପଣ କରାଯାଇଥିଲା। ତତ୍ ସହିତ ମହାମାରୀ କରୋନା ଦିନ କୁ ଦିନ ଭୟଙ୍କର ରୁପ ଧାରଣ କରିଥିବାରୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ ପୂର୍ବକ ପ୍ରତ୍ୟେକ ଜନସାଧାରଣ ସରକାରୀ କଟକଣା ନିୟମକୁ ଯଥେଷ୍ଟ ଗୁରୁତ୍ବ ସହ ପାଳନକରିବା ଏବଂ ଜଣେ ଅନ୍ୟଜଣକୁ ସଚେତନ କରାଇ ପାରିଲେ ସମାଜରେ ସୁସ୍ଥ ବାତାବରଣ ସୃଷ୍ଟି ହୋଇ ପାରିବ ବୋଲି ଆଲୋଚନା ଅବସରରେ ମତ ପ୍ରକାଶ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ର
କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ ଓ ଉପସଭାପତି ଗୋପାଳ କୃଷ୍ଣ ପାଢ଼ୀ, ଶିଶିର କୁମାର ଦାସ,କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ,ହାଡିବନ୍ଧୁ ମାଳି, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ବିଜୟ କୁମାର ସାହୁ, ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା,ବିଚିତ୍ରାନନ୍ଦ ବେବର୍ତ୍ତା , ଭିକାରୀ ଚରଣ ମହାପାତ୍ର, ସୁବାସ ଚନ୍ଦ୍ର ସୁବୁଦ୍ଧି, ରାମକୃଷ୍ଣ ଆଚାରୀ,ଡିଲେଷୁ ରେଡ୍ଡୀ, ଶ୍ୟାମ ପ୍ରସାଦ ପାଢ଼ୀ , ଅରକ୍ଷିତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଶେଷରେ ସମ୍ପାଦକ ରଜନୀକାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here