ସାମ୍ବାଦିକ କହି ବଟି ଆଦାୟ ଓ ଧମକ ଦେବା ଅଭିଯୋଗରେ:ଜଣେ ଗିରଫ

0
178

କୁକୁଡ଼ାଖଣ୍ଡି,୨୩/୦୫/୨୦୨୧:ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମର ଏ. ପ୍ରକାଶ ରାଓ ଦୋରା ନାମକ
ଜନୈକ ବ୍ୟକ୍ତି ନିଜକୁ ଗୋଟିଏ ଦୈନିକ ଖବରକାଗଜର ସାମ୍ବାଦିକ କହି ବଟି ମାଗିବା ଅଭିଯୋଗ ହୋଇଛି।ଏଥି ସହ ସେ ଉତକ୍ଷିପ୍ତ ହୋଇ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିବା ନେଇ ଅଭିଯୋଗକାରୀ ବ୍ରହ୍ମପୁର ସଦର ଥାନାରେ ଏତଲା ଦେଇଥିବା ଜଣାଯାଇଛି।ଗତକାଲି ଶନିବାର ରାତ୍ର ସମୟରେ ସଦର ଥାନା ଅନ୍ତର୍ଗତ ବଳରାମପଲୀ ଗ୍ରାମର ସି.ମୋହନ ଆଚାରୀଙ୍କୁ ଫୋନ୍ କରି କୁକୁଡ଼ାଖଣ୍ଡି ଗ୍ରାମର ଏ.ଆପା ରାଓ ଦୋରାଙ୍କ ପୁଅ ଏ.ପ୍ରକାଶ ରାଓ ଦୋରା(୪୨ବର୍ଷ) ପ୍ରଥମେ ମୋହନକୁ ବଟି ମାଗିଥିଲେ ।କିନ୍ତୁ ବଟି ଦେବାକୁ ମୋହନ ମନାକରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେବାରୁ ଆକ୍ରମଣ ଭୟରେ ମୋହନ ସଦର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।ଏସମ୍ପର୍କରେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଅଭିଯୋଗକାରୀଙ୍କ ଫୋନ ରେକଡିଙ୍ଗ ଶୁଣିବାପରେ ଅଭିଯୁକ୍ତ ପ୍ରକାଶ ଦୋରାକୁ ଗିରଫ କରି ଥାନା କେଶ୍ ନମ୍ବର ୧୫୭/୨୧ରେ ମାମଲା ରୁଜୁ କରି ଆଇପିସି ଧାରା ୨୯୪/୫୦୬/୫୦୭/୩୮୫ ପ୍ରକାରେ ତଦନ୍ତ ଚଳେଥିବା ନେଇ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here